ଉପରମୁହାଁ କରୋନା ସଂକ୍ରମଣ, ଦିନକରେ ଦୁଇ ହଜାରରୁ ଅଧିକ ଚିହ୍ନଟ

0
532
first-case of xe-variant-of-corona-detected-in-mumbai-india

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ତୃତୀୟ ଲହର ଦୁର୍ବଳ ହେବା ପରେ ସମସ୍ତେ ଆଶ୍ୱସ୍ତ ହୋଇଥିଲେ । କିନ୍ତୁ ପୁଣି କରୋନା ଲେଉଟୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଦେଶବାସୀ ପୁଣିଥରେ ଚିନ୍ତାବ୍ୟକ୍ତ କରିବା ଆରମ୍ଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବୁଧବାର ଏହି ରିପୋର୍ଟ ପ୍ରକାଶ ପାଇଛି। ଯାହା ଦେଶରେ ମହାମାରୀ ଆରମ୍ଭ ହେବା ପରଠାରୁ ଗୋଟିଏ ଦିନରେ ସର୍ବାଧିକ। ମଙ୍ଗଳବାର ୧୨୪୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାର ଦିନକ ପୂର୍ବରୁ ଅର୍ଥାତ ସୋମବାର ୨ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀ, ନୋଏଡ଼ା, ଗୁରୁଗ୍ରାମ ଭଳି ସହରମାନଙ୍କରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ମୋଟ୍ ଚିହ୍ନଟ ହୋଇଥିବା ୨ ହଜାର ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ କେବଳ ଦିଲ୍ଲୀ ଏନସିଆରର । ଦିଲ୍ଲୀରେ ମଙ୍ଗଳବାର ୬୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। କିନ୍ତୁ କିଛି ଦିନ ତଳେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ଦିଲ୍ଲୀରେ ୧୦୦ ତଳେ ଥିଲା। ଗତ କିଛି ଦିନ ହେବ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ମଙ୍ଗଳବାର ଦିନ କେହି ବ୍ୟକ୍ତି କରୋନାରେ ପ୍ରାଣ ହରାଇ ନାହାନ୍ତି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଏଥର କରୋନା ସେତେଟା ମାରାତ୍ମକ ନୁହେଁ ବୋଲି ବିଶେଷଜ୍ଞ ମାନେ କହିଛନ୍ତି।

ଏବେ ଦିଲ୍ଲୀରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ପାଖାପାଖି ପହଞ୍ଚିଛି। ମଙ୍ଗଳବାର ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୯୪୭ ଥିଲା। ତେବେ ଏଥର ମହାରାଷ୍ଟ୍ରରେ କରୋନା ସଂକ୍ରମଣ ହାର କମ୍ ରହିଥିବା ବେଳେ ଦ୍ୱିତୀୟ ଓ ତୃତୀୟ ଲହର ବେଳେ ଏହା କରୋନା ସଂକ୍ରମଣର ହଟସ୍ପଟ ପାଲଟିଥିଲା। ଏବେ କିନ୍ତୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁନାହିଁ। ଉଲ୍ଲେଖଯୋଗ୍ୟ, ଦେଶର ପାଞ୍ଚ ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ଏହି ପାଞ୍ଚ ରାଜ୍ୟ ମଧ୍ୟରେ ଦିଲ୍ଲୀ ମଧ୍ୟ ରହିଛି । ସଂକ୍ରମଣ ଉପରେ ନଜର ରଖିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଦିଲ୍ଲୀ ସମେତ ପାଞ୍ଚ ରାଜ୍ୟକୁ ଚିଠି ଲେଖି ସତର୍କ ରହିବାକୁ କହିଛନ୍ତି।

Also Read  ଜାନୁଆରୀ ୧୫ ସୁଦ୍ଧା ପିକ୍‌ ନେଇପାରେ କରୋନା