ନୂଆଦିଲ୍ଲୀ: କେରଳ ଥିରୁଅନନ୍ତପୁରମ ସାଂସଦ ତଥା କଂଗ୍ରେସ ନେତାଙ୍କ ଶଶି ଥରୁରଙ୍କର ଆଉ ଏକ ପରିଚୟ ରହିଛି । ତାହା ହେଉଛି ଥରୁର ବ୍ରାଣ୍ଡ ଇଂରାଜୀ । ଯାହାକୁ ବୁଝିବା ବହୁତ କଷ୍ଚକର । ଅନେକ ଥର ତାଙ୍କ ଇଂରାଜୀ ଭାଷାକୁ ନେଇ ସେ ଚର୍ଚ୍ଚାରେ ରୁହନ୍ତି । ମନମୋହନ ସିଂହ ସରକାରରେ ଥିବା ବେଳେ ସେ ମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଯେଉଁ ବିମାନରେ ଯାଉଥିଲେ ତାକୁ କ୍ୟାଟେଲକ୍ଲାସ କହି ବିବାଦୀୟ ହୋଇପଡିଥିଲେ । ଏବେ ସେହିପରି ଏମିତି ଏକ ଶବ୍ଦ ଶଶୀ ଥରୁର ଟ୍ୱିଟ୍ କରି ଲେଖିଛନ୍ତି।
ବୁଧବାର ଶଶୀ ଥରୁର ସୋସିଆଲ ମିଡିଆରେ ଏଭଳି ଏକ ମେସେଜ୍ ଦେଇଥିଲେ, ଯାହା ଅନେକଙ୍କୁ ଚକିତ କରିଦେଇଥିଲା। ଶଶି ଥରୁର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଶଶି ଥରୁର ଏହି ଶବ୍ଦର ଅର୍ଥ ମଧ୍ୟ ଟ୍ୱିଟରରେ ସେୟାର କରିଛନ୍ତି। କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି, Quockerwodgerର ଅର୍ଥ କଣ । ଏହାପରେ ସେ ତାର ଅର୍ଥ ଲେଖି ସେୟାର କରିଛନ୍ତି। ଯେଉଁଥିରେ ଲେଖା ହୋଇଛି Quockerwodgerର ଅର୍ଥ କାଠର ଶୁଆ।
ଯଦିଓ ଶଶୀ ଥରୁରଙ୍କ କଥାଟି ରାଜନୈତିକ ଥିଲା, କିନ୍ତୁ ସ୍ପଷ୍ଟ ଭାବେ ଶଶି ଥରୁର କାହା ଉପରେ ଅଙ୍ଗୁଳି ଉଠାଇ ନଥିଲେ। ଗତକାଲି କଂଗ୍ରେସ ନେତା ଶଶି ଥରୁର କହିଥିଲେ, ସରକାରର କାମ ରାଷ୍ଟ୍ର ନିର୍ମାଣ କରିବା, ତଳକୁ ଖସିବା ଠିକ ନୁହେଁ। ଶଶି ଥରୁର ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ବହୁ ସଂଖ୍ୟାରେ ଲୋକଙ୍କ ଉପରେ ସରକାର ଆସ୍ଥା ହରାଇ ବସିଛନ୍ତି। ଏହି ସାମ୍ପ୍ରଦାୟିକ ଦଙ୍ଗା ଭାରତର ଭାବମୂର୍ତ୍ତିକୁ ଖରାପ କରୁଛି ବୋଲି ଥରୁର କହିଛନ୍ତି।
ସେ କହିଛନ୍ତି, ଦେଶକୁ ଇସଲାମୋଫୋବିଆ ଦ୍ୱାରା ଚିହ୍ନଟ କରାଯାଉଛି। ନିକଟରେ ହନୁମାନ ଜୟନ୍ତୀ ଏବଂ ଏହା ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟରେ ରାମ ନବମୀରେ ରାଜଧାନୀରେ ହୋଇଥିବା ହିଂସାକୁ ନେଇ ଶଶୀ ଥରୁର ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ମୁଁ ବିଦେଶରେ ଥିବା ମୋର କିଛି ବନ୍ଧୁଙ୍କ ସହ କଥା ହେଉଛି ଏବଂ ଭାରତର ସ୍ଥିତି ବିଷୟରେ ସେମାନଙ୍କ ମତାମତ ଶୁଣିଛି ଯାହା ଅତ୍ୟନ୍ତ ନକାରାତ୍ମକ। ଏକଦା ଆମେ ଆମର ଗଣତନ୍ତ୍ର ଏବଂ ବିବିଧତା ପାଇଁ ସମଗ୍ର ବିଶ୍ୱରେ ସମ୍ମାନର ପାତ୍ର ହୋଇଥିଲୁ।

























