ଋଷ ଓ ୟୁକ୍ରେନ ଯୁଦ୍ଧ ପ୍ରଭାବ: ଖୁବ୍ ଶୀଘ୍ର ଶୋ ମଝିରେ ବିଜ୍ଞାପନ ଦେଖାଇବା ଆରମ୍ଭ କରିବ ନେଟଫ୍ଲିକ୍ସ

0
369
netflix-to-start-showing-ads-in-between-content-soon

ନେଟଫ୍ଲିକ୍ସ ଖୁବ୍ ଶୀଘ୍ର ନୂଆ କଣ୍ଟେଣ୍ଟ ମଧ୍ୟରେ ବିଜ୍ଞାପନ ଦେଖାଇବା ଆରମ୍ଭ କରିପାରେ। ନେଟଫ୍ଲିକ୍ସ ନିଜର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଦେଖି ଏପରି ନିଷ୍ପତି ନେଇଛି। ନେଟଫ୍ଲିକ୍ସ ବିଶ୍ଵ ସ୍ତରୀୟ ୨୦୦,୦୦୦ ରୁ ଅଧିକ ଗ୍ରାହକଙ୍କୁ ହରାଇଛି। ଯାହା ପରେ ନେଟଫ୍ଲିକ୍ସର ଷ୍ଟକ୍ ୨୦ ପ୍ରତିଶତ ହ୍ରାସ ପାଇଛି । OTT ମଧ୍ୟରେ ନେଟଫ୍ଲିକ୍ସ ଅଧିକ ଲୋକପ୍ରିୟ ଥିବା ବେଳେ ନିଜର ସବସ୍କ୍ରାଇବର୍ ହରାଇବା ପରେ ଏପରି ନିଷ୍ପତି ନେବା ଉଚିତ୍ ଭାବିଛି।

OTT ପ୍ଲାଟଫର୍ମ ନେଟଫ୍ଲିକ୍ସ ନିଜର ସବସ୍କ୍ରାଇବର୍ ହରାଇବାର ମୁଖ୍ୟ କାରଣ ହେଉଛି ଋଷ ଓ ୟୁକ୍ରେନ ଯୁଦ୍ଧ। ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏହି ଏହି ସମସ୍ୟାକୁ ଅଧିକ ବଢ଼ାଇଛି। ନେଟଫ୍ଲିକ୍ସ ହୁଏତ କିଛି ସମୟ ପୂର୍ବରୁ OTT ସ୍ପେସ୍ ର ସବୁଠାରୁ ବଡ ଓ ଭଲ ପ୍ଲାଟଫର୍ମ ଥିଲା, କିନ୍ତୁ ଆଜି ସାରା ବିଶ୍ୱରେ ଅନ୍ୟ OTT ପ୍ଲାଟଫର୍ମର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ସେଥିପାଇଁ ମଧ୍ୟ ଏହା ତାର ଅନେକ ଦର୍ଶକଙ୍କୁ ହରାଇଛି। ସେଥିପାଇଁ ଶୋ ଓ କଣ୍ଟେଣ୍ଟ ମଧ୍ୟରେ ହିଁ ଆଡ୍ ଦେଖାଇବ ବୋଲି ନେଟଫ୍ଲିକ୍ସ କହିଛି।

Also Read  ଆମେରିକାର ଡ୍ରୋନ୍ ଆକ୍ରମଣରେ ଅଲ୍-କାଏଦାର ମୁଖ୍ୟ ଅଲ୍-ଜୱାହିରି ମୃତ