ୟୁକ୍ରେନର ବନ୍ଦର ସହର ମାରିୟୁପୋଲ ସମ୍ପୂର୍ଣ୍ଣ କବଜା କଲା ମସ୍କୋ

0
352
russia-claims-to-have-fully-captured-on-ukraines mariupol

ମସ୍କୋ: ୟୁକ୍ରେନର ବନ୍ଦର ସହର ମାରିୟୁପୋଲ ଉପରେ ବର୍ତ୍ତମାନ ମସ୍କୋ ସମ୍ପୂର୍ଣ୍ଣ କବଜା କରିନେଇଛି । ରୁଷର ସରକାରୀ ଗଣମାଧ୍ୟମ ଏହି ଦାବି କରିଛି । ସେପଟେ ମାରିୟୁପୋଲରେ ଆଜୋଭଷ୍ଟାର ଷ୍ଟିଲ୍ ପ୍ଲାଣ୍ଟ ଉପରେ ବୋମା ମାଡ଼ ନ କରିବାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ସେନା ବାହିନୀକୁ କହିଥିବା ଜଣାପଡିଛି ।

ପୁଟିନ କହିଛନ୍ତି ଯେ ଏହା ବଦଳରେ ସେ ଏହି ଷ୍ଟିଲ ପ୍ଲାଣ୍ଟକୁ ସୁରକ୍ଷିତ ଭାବେ ବ୍ଲକ କରିବାକୁ ଚାହୁଁଛନ୍ତି। ପୁଟିନ ନିଜ ସେନାକୁ ଏହି ଉଦ୍ୟୋଗିକ କ୍ଷେତ୍ରକୁ ଏପରି ଢଙ୍ଗରେ ବ୍ଲକ୍ କରିବାକୁ କହିଛନ୍ତି ଯେପରି ଗୋଟିଏ ମାଛି ମଧ୍ୟ ଏହା ମଧ୍ୟକୁ ପ୍ରବେଶ କରିପାରିବ ନାହିଁ | ରୁଷ୍ ସେନା କହିଛି ଯେ ଏହି ଷ୍ଟିଲ ପ୍ଲାଣ୍ଟ ବ୍ୟତୀତ ବର୍ତ୍ତମାନ ସମଗ୍ର ମାରିୟୁପୋଲ ସହରକୁ ଦଖଲ କରାଯାଇଛି | ଏହି ଷ୍ଟିଲ ପ୍ଲାଣ୍ଟ ହେଉଛି ସେହି ସ୍ଥାନ ଯେଉଁଠାରେ ୟୁକ୍ରେନ ସୈନ୍ୟମାନେ ଉପସ୍ଥିତ ଅଛନ୍ତି ଏବଂ ଏକ ହଜାର ୟୁକ୍ରେନ ନାଗରିକ ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି ବୋଲି ଜଣାଯାଇଛି |

ପ୍ରତିରକ୍ଷା ମନ୍ତ୍ରୀ ସରୋଜ ଶୋଏଗୁଙ୍କ ସହ କଥାବାର୍ତ୍ତା ବେଳେ ପୁଟିନ ଏହି ନିର୍ଦ୍ଦେଶ ଦେଇଛନ୍ତି। ମାରିୟୁପୋଲରେ ଅପରେସନର ସଫଳତା ପାଇଁ ପୁଟିନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କହିଛନ୍ତି ଯେ ପ୍ଲାଣ୍ଟ ଭିତରେ ୨,୦୦୦ ରୁ ଅଧିକ ୟୁକ୍ରେନ ସୈନିକ ଅଛନ୍ତି। ସେ ମଧ୍ୟ କହିଛନ୍ତି ଯେ ଏହି ପ୍ଲାଣ୍ଟ ବ୍ୟତୀତ ସମଗ୍ର ମାରିୟୁପୋଲ ବର୍ତ୍ତମାନ ରୁଷ କବଜାରେ |

Also Read  ଲୋକଙ୍କ ଉପରେ ଚିଲିକା ବିଧାୟକ ଗାଡି ମଡାଇଦେବା ଘଟଣାରେ ମୋଟ ୨୪ ଆହତ, ଆଇସିୟୁରେ ପ୍ରଶାନ୍ତ ଜଗଦେବ