ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ସ୍ଥଗିତ ଥିବା ସ୍ଥାନରେ ମେ’ ୨୭ରେ ହେବ ପଞ୍ଚାୟତ ନିର୍ବାଚନ

0
317
Panchayat elections will be held on May 27 at the postponed location of Odisha

ଭୁବନେଶ୍ୱର: ଗତ ପଞ୍ଚାୟତ ନିର୍ବାଚନ ବେଳେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ଯେଉଁସବୁ ସ୍ଥାନରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା, ସେଠାରେ ପୁନର୍ବାର ବିଧିବ୍ୟବସ୍ଥା ଅନୁସାରେ ନିର୍ବାଚନ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସ୍ଥଗିତ ଥିବା ସ୍ଥାନରେ ମେ’ ୨୭ରେ ହେବ ପଞ୍ଚାୟତ ନିର୍ବାଚନ । ନିର୍ବାଚନ ହେବାକୁ ଥିବା ସ୍ଥାନରେ ଆଜିଠୁ ଲାଗୁ ହେଲା ଆଚରଣ ବିଧି । ଏହା ମେ’ ୨୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ପୂର୍ବରୁ ନାମାଙ୍କନ କରିଥିବା ପ୍ରାର୍ଥୀଙ୍କୁ ପୁଣି ନାମାଙ୍କନ କରିବାକୁ ପଡିବ ନାହିଁ ।

ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ଏଥିପାଇଁ ଏପ୍ରିଲ୍ ୨୬ ତାରିଖରେ ନିର୍ବାଚନ ଅଧିକାରୀ ନୋଟିସ୍ ଜାରି କରିବେ। ଏପ୍ରିଲ ୨୯ରୁ ମେ’ ୨ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ହେବ। ମେ’ ୪ରେ ସେଗୁଡ଼ିକର ଯାଞ୍ଚ କରାଯିବ। ମେ’ ୫ରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହର ହୋଇପାରିବ। ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ ପାଇବ। ଏହାପରେ ମେ’ ୨୭ ସକାଳ ୭ଟାରୁ ଦିନ ୧ଟା ଯାଏଁ ଭୋଟ ଗ୍ରହଣ ହେବ । ୨୮ ମେ’ ରେ ଭୋଟ ଗଣତି ହେବାକୁ ଥିବା ବେଳେ ମେ’ ୩୧ରେ ବିଜୟୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ।

Also Read  Quintals of veggie rolls the road: BJP Krushak Morcha activists protest over distress sale of vegetables and milk