ହିଜାବ ପିନ୍ଧି ଆସିଥିବାରୁ ଛାତ୍ରୀଙ୍କୁ ପରୀକ୍ଷାରେ ବସିବାକୁ ଅନୁମତି ଦେଲେ ନାହିଁ ‌କଲେଜ କର୍ତ୍ତୃପକ୍ଷ

0
329
two student are not-allowed-to-take-exams-due to wearing-hijab in karnataka

କର୍ଣ୍ଣାଟକ: କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ଜାରି ରହିଛି। ହିଜାବ ବିବାଦର କେନ୍ଦ୍ରସ୍ଥଳୀ ରାଜ୍ୟର ଉଡୁପିର ଏକ କଲେଜରେ ହିଜାବ ପିନ୍ଧି ଆସିଥିବାରୁ ଦୁଇଜଣ ଛାତ୍ରୀଙ୍କୁ ପରୀକ୍ଷାରେ ବସିବାକୁ କଲେଜ କର୍ତ୍ତୃପକ୍ଷ ଅନୁମତି ଦେଇ ନାହାଁନ୍ତି ‌। ଫଳରେ ପରୀକ୍ଷା ନଦେଇ ସେମାନେ ଫେରି ଯାଇଥିଲେ । ଏହି ଦୁଇ ଛାତ୍ରୀ ହିଜାବ୍ ସପକ୍ଷରେ ଆଇନଗତ ଲଢ଼େଇରେ ସାମିଲ ଅଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନରେ ହିଜାବ ନିଷିଦ୍ଧ କରିଛନ୍ତି । କିନ୍ତୁ ଏବେ ବି କିଛି ଛାତ୍ରୀ ହିଜାବ ପିନ୍ଧି ଶ୍ରେଣୀଗୃହରେ ପ୍ରବେଶ କରିବାକୁ ଜିଦ୍ ଧରୁଛନ୍ତି । ମୁସଲିମ ଧର୍ମରେ ହିଜାବ ଅନିବାର୍ଯ୍ୟ ନୁହେଁ ବୋଲି କହି କର୍ଣ୍ଣାଟକ ହାଇକୋର୍ଟ ଶିକ୍ଷାନୁଷ୍ଠାନ ଗୁଡିକରେ ହିଜାବ କଟକଣା କାଏମ ରଖିଥିଲେ । ହାଇକୋର୍ଟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ।

ସୂଚନାଯୋଗ୍ୟ, ୫ ଫେବ୍ରୁଆରିରେ ସ୍କୁଲ କଲେଜରେ ହିଜାବ ପିନ୍ଧିବା ଉପରେ ରୋକ ଲାଗିଥିଲା । ଏହା ପରେ କର୍ଣାଟକର କିଛି ସହରରେ ବିରୋଧ ପ୍ରଦର୍ଶନ ହୋଇଥିଲା । ପରେ ଏହି ମାମଲା ହାଇକୋର୍ଟରେ ଯାଇ ପହଞ୍ଚିଥିଲା । ୧୦ ଫେବ୍ରୁଆରିରେ କୋର୍ଟ ଶିକ୍ଷାନୁଷ୍ଠାନ ମାନଙ୍କରେ ଧାର୍ମିକ ବେଶବୁଷା ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ । ଏହା ପରେ ଶିକ୍ଷାନୁଷ୍ଠାନକୁ ହିଜାବ ପିନ୍ଧି ଆସୁଥିବା ଛାତ୍ରୀ ଏବଂ ଶିକ୍ଷୟିତ୍ରୀଙ୍କ ପ୍ରବେଶ ଉପରେ କଟକଣା ଲଗେଇ ଦିଆଯାଇଥିଲା ।

Also Read  Karnataka dismissed for 393, Odisha to chase 230