ଗୋଟିଏ ପରିବାରର ୫ ଜଣଙ୍କୁ ନିର୍ମମ ହତ୍ୟା ; ଜଣେ ଶିଶୁ ଜୀବିତ

0
457
brother-attacked-his-brother-over-property-dispute

ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କୁ ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ପ୍ରୟାଗରାଜର ଥରବଇର ଖେବଜପୁର ଗାଁରେ ଗୋଟିଏ ପରିବାରର ୫ ଜଣଙ୍କୁ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ନେଇ ଆଜି ଖବର ମିଳିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ମଧ୍ୟରେ ଦମ୍ପତିଙ୍କ ସମେତ ତାଙ୍କ ବୋହୂ,ଝିଅ ଓ ୨ ବର୍ଷର ନାତୁଣୀ ରହିଛନ୍ତି।

ସଭିଁଙ୍କୁ ଧାରୁଆ ଅସ୍ତ୍ରରେ ପ୍ରଥମେ ହତ୍ୟା କରିବା ପରେ ଘରର ଏକ କକ୍ଷରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗିବା ପରେ ଧୂଆଁ ବାହାରିବା ଯୋଗୁଁ ଲୋକେ ଘଟଣା ବିଷୟରେ ଜାଣି ପୁଲିସକୁ ଖବର ଦେଇଥିଲେ। ଏହି ଘଟଣାରେ ଅନ୍ୟ ଜଣେ ୫ ବର୍ଷର ନାତୁଣୀ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ଏଭଳି ହତ୍ୟାକାଣ୍ଡ ଘଟିଛି ସେନେଇ କୌଣସି ସୂଚନା ମିଳି ନାହିଁ।

Also Read  ପୁଣି କମିଲା ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ୪, ୮୪୨ ପଜିଟିଭ ଚିହ୍ନଟ