ସାରା ରାଜ୍ୟରେ ଅଗ୍ନିବର୍ଷା; ଆହୁରି ବଢିବ ଗରମ, ୩ ଦିନ ପାଇଁ କିଛି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି

0
303
monsoon-arrival-likely-to-get-delayed-to-reach-odisha

ଭୁବନେଶ୍ୱର: ତାତିରୁ ତ୍ରାହି ନାହିଁ । ସାରା ରାଜ୍ୟରେ ହେଉଛି ଅଗ୍ନିବର୍ଷା । ପାଣିପାଗର ପୂର୍ବାନୁମାନ ଯାହା, ବର୍ତ୍ତମାନ ବର୍ଷାର ଆଶା କ୍ଷୀଣ । ଶନିବାର ଆକାଶରୁ ନିଆଁ ବର୍ଷିଛି । ଆଗକୁ ଆହୁରି ଭୟଙ୍କର ରୂପ ନେବ ଗ୍ରୀଷ୍ମ ପ୍ରବାହ । ଆସନ୍ତା ୩ ଦିନ ଭିତରେ ତାପମାତ୍ରା ଆହୁରି ୩ରୁ ୫ ଡିଗ୍ରୀ ବଢ଼ିଯିବ । ୪୦ ଡିଗ୍ରୀ ଉପରେ ରାଜ୍ୟର ୨୨ଟି ସହର। ୯ଟି ସହରରେ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା। ୪୨. ୧ ସହ ଅନୁଗୁଳ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଦ୍ୱିତୀୟ ଉତ୍ତପ୍ତ ସହର ଭାବେ ଭୁବନେଶ୍ୱରରେ ୪୧ ଦଶିମକ ୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତାକାଲିଠୁ ୩ ଦିନ ପାଇଁ କିଛି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୫ ତାରିଖ ପାଇଁ ବଲାଙ୍ଗିର, ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି ହୋଇଛି ।

୨୬ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ମୟୂରଭଞ୍ଜ ଏବଂ ୨୭ରେ ବଲାଙ୍ଗିର, ବୌଦ୍ଧ, ସୋନପୁର ଓ କଳାହାଣ୍ଡିକୁ ଜାରି ହୋଇଛି ହିଟେଓ୍ଵଭ୍‌ ଓ୍ଵାର୍ଣ୍ଣିଂ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ ଯାଏ ବଢ଼ିବା ସମ୍ଭାବନା ରହିଛି । ଗତ ୧୦ ବର୍ଷରେ ଏପ୍ରିଲରେ ରାଜଧାନୀରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି।

Also Read  Jindal's 6 million tonne pa (mtpa) plant to be commissioned from May end