ସ୍କୁଟି ଡିକି ଭାଙ୍ଗି ୨ ଲକ୍ଷ ୪୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

0
195
cash-looted from-scooty-in-balangiri

କଣ୍ଟାବାଞ୍ଜି: ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗୋଳେଇଛକ ନିକଟରେ ଦିନ ଦ୍ଵିପ୍ରହରରେ ଲୁଟ । ଗାଡିର ଡିକି ଖୋଲି ୨ ଲକ୍ଷ ଚାଳିଶ ହଜାର ଟଙ୍କା ଲୁଟ କରି ଫେରାର ମାରିଛନ୍ତି ଦୁର୍ବୃତ୍ତ । ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁର ବ୍ୟବସାୟ ରୋସନ ମେହେର କଣ୍ଟାବାଞ୍ଜି ଏସବିଆଇ ମେନ ବ୍ରାଞ୍ଚ ରୁ ୨ ଲକ୍ଷ ଚାଳିଶ ହଜାର ଟଙ୍କା ଉଠାଇ ନିଜ ସ୍କୁଟିରେ ଭାଲୁମୁଣ୍ଡା କୁ ଯାଉଥିଲେ ଠିକ ସେ ସମୟରେ ବଙ୍ଗୋମୁଣ୍ଡା ଗୋଲେଇ ଛକ ଏକ ମେଡ଼ିସିନ ଦୋକାନରୁ କିଣିବାକୁ ଯାଇଥିବା ସମୟ ରେ ୨ ଜଣ ଲୁଟେରା ସ୍କୁଟିର ଡିକି କୁ ଖୋଲି ଟଙ୍କା କୁ ଲୁଟି ଫେରାର ମାରିଥିଲେ ।

ରୋସନ ଲୁଟେରା ମାନଙ୍କୁ ଗୋଡେଇ ଥିଲେ ମଧ୍ୟ ସେମାନେ ଫେରାର ମାରିଥିଲେ । ବଙ୍ଗୋମୁଣ୍ଡା ପୋଲିସ ଖବର ପାଇ ଏହାର ତଦନ୍ତ ଆରମ୍ଭ କରିଛି । ମେଡ଼ିସିନ ଦୋକାନରେ ଲାଗିଥିବା ସିସି ଟିଭି ଫୁଟେଜ ରେ ଲୁଟ ର ଦୃଶ୍ୟ କଏଦ ହୋଇଛି ପୋଇସ ତଦନ୍ତ କରୁଛି । ରୋସନ କୁ ଲୁଟେରା ମାନେ କଣ୍ଟାବାଞ୍ଜି ବ୍ୟାଙ୍କରୁ ଫୋଲୋ କରୁଥିବା ସଂଦେହ କରାଯାଉଛି ।

Also Read  ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ନାହିଁ ରାଜ୍ୟ କଂଗ୍ରେସ

LEAVE A REPLY

Please enter your comment!
Please enter your name here