ଦେଶ ବିରୋଧୀ ମନ୍ତବ୍ୟ ପ୍ରସାରଣ ଅଭିଯୋଗରେ ୧୬ଟି ୟୁଟ୍ୟୁବ୍‌ ଚ୍ୟାନେଲ୍‌ ବ୍ୟାନ୍‌ କଲେ କେନ୍ଦ୍ର ସରକାର

0
327
again-16-youtube-channel-banned-in-india-for-citing-national-security

ନୂଆଦିଲ୍ଲୀ: ଦେଶ ବିରୋଧି ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ୬ ପାକିସ୍ତାନୀ ୟୁ ଟ୍ୟୁବ୍ ଚ୍ୟାନେଲ ସହିତ ମୋଟ ୧୬ ଟି ଚ୍ୟାନେଲକୁ ବ୍ୟାନ୍‌ କରିଛନ୍ତି କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ । ଚଳିତ ଏପ୍ରିଲ ମାସ ଆରମ୍ଭରୁ ୨୨ଟି ୟୁଟ୍ୟୁବ୍‌ ଚ୍ୟାନେଲ ବ୍ୟାନ୍‌ କରିଥିଲେ କେନ୍ଦ୍ର ସରକାର । ସୂଚନା ଓ ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ କ୍ରମରେ ଜରୁରୀକାଳୀନ ଶକ୍ତିକୁ ବ୍ୟବହାର କରି ଏହି ପ୍ରତିବନ୍ଧକ ଲଗାଯାଇଛି । ଏହା ପୂର୍ବରୁ ଗତ ବର୍ଷ ଡିସେମ୍ବର ମାସରେ ୨୦ଟି ଚ୍ୟାନେଲକୁ ବ୍ୟାନ୍‌ କରାଯାଇଥିଲା । ବ୍ୟାନ୍‌ ହୋଇଥିବା ଚ୍ୟାନେଲ ଗୁଡିକରେ କିଛି ପାକିସ୍ତାନୀର ମଧ୍ୟ ରହିଛି ।

ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହି ସମସ୍ତ ଚ୍ୟାନେଲ ଆଇଟି ଆଇନ୍ ୨୦୨୧ ଅନୁସାରେ ସରକାରଙ୍କୁ କୌଣସି ସୂଚନା ଦେଇନଥିଲେ । ବୟାନରେ କୁହାଯାଇଛି ଯେ, ଭାରତରୁ ଅପଲୋଡ୍ ହେଉଥିବା କିଛି ଚ୍ୟାନେଲରେ ଗୋଟିଏ ସମ୍ପ୍ରଦାୟକୁ ଆତଙ୍କବାଦୀ ବୋଲି କୁହାଯାଉଥିଲା । ଯାହା ଦେଶର ସାମ୍ପ୍ରଦାୟୀକ ସଦଭାବ ଦୃଷ୍ଟିରୁ ବିପଦଜନକ ଥିଲା । ଏଭଳି ଚ୍ୟାନେଲଙ୍କ ପାଇଁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ସାମାଜିକ ସଦଭାବ ବାଧିତ ହେବାର ଥିଲା । ତେଣୁ ଏହି ସବୁ ଚ୍ୟାନେଲକୁ ବ୍ଲକ୍ କରାଯାଇଛି ।

Also Read  Make Pravasi Bharatiya Divas bigger than G20: PM Modi