ଆକାଶରୁ ବର୍ଷୁଛି ନିଆଁ; ୪୪ ଡିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର, ବାହାରକୁ ନ ବାହାରିବାକୁ ପରାମର୍ଶ

0
432
monsoon-arrival-likely-to-get-delayed-to-reach-odisha

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଲାଗୁଛି ଯେପରି ଆକାଶରୁ ନିଆଁ ବର୍ଷୁଛି । ସକାଳ ୮ଟା ହେବା ମାତ୍ରେ ମୁଣ୍ଡ ଫଟା ଖରା ଆରମ୍ଭ ହୋଇଯାଉଛି। ତତଲା ପବନରେ ସନ୍ତୁଳି ହେଉଛନ୍ତି ସାରା ରାଜ୍ୟର ଲୋକେ । ସମଗ୍ର ଓଡିଶା ଏବେ ତତଲା ତାୱାରେ ଭାଜି ହେଉଛି । ସ୍ଥାନୀୟ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ୪୪ ଡ଼ିଗ୍ରି ତାତି ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ଭାବେ ତାପମାତ୍ରା ରେକର୍ଡ କରାଯାଇଛି। ଲଗାତାର ତିନି ଦିନ ଧରି ରାଜଧାନୀ ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ରେକର୍ଡ ହୋଇଥିବାବେଳେ ଆଜି ରାଜ୍ୟର ୨୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।

ସେପଟେ ପାଣିପାଗ ବିଭାଗ ଆକଳନ କରି କହିଛି, ଆଗାମୀ ୫ ଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ । ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାର ୫-୬ଟି ଜିଲ୍ଲା ପାଇଁ ହିଟୱେଭ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ଦିନ ୧୧ଟା ପରେ ଘରୁ ନବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଦିନ ୧୧ଟାରୁ ୩ଟା ମଧ୍ୟରେ ସୂର୍ଯ୍ୟତାପ ଅଧିକ ରହୁଥିବାରୁ ଏହି ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ବାହାରକୁ ନବାହାରିକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଛୋଟପିଲା, ବୟସ୍କ ଓ ରୋଗୀମାନଙ୍କୁ ଖରାରୁ ଦୂରେଇ ରହିବାକୁ କୁହାଯାଇଛି । ଅନ୍ୟପଟେ ଆଂଚଳକି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଆଗାମୀ ୨ ଦିନ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ଆଶଙ୍କା । ଏଭଳି ସ୍ଥିତି ଏପ୍ରିଲ ଶେଷ ପର୍ଯ୍ୟନ୍ତ ରହିପାରେ ବୋଲି ଆଂଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Also Read  'Zeenat' Jumps Similipal to Jharkhand