ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଦୁଇ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

0
692
two missing-in-river-of-chitra-konda in malkangiri

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଦୁଇ ଜଣ ନିଖୋଜ। ନିଖୋଜ ୨ଜଣ ହେଲେ ଜଗନ୍ନାଥ ପଲାସି ( ୧୬ ) ଓ ପିତମ୍ ମୁଦୁଲି । ଦୁଇ ନିଖୋଜ ଥିବା ବ୍ୟକ୍ତି ହେଉଛନ୍ତି ଓରାପଦର ଗାଁର । ସୂଚନା ଅନୁସାରେ, ଆଜି ନାରିଙ୍ଗ ଝୋଲା ଗାଁ ରେ ସାପ୍ତାହିକ ହାଟ ସାରି ଏକ ଦେଶୀ ଡ଼ଙ୍ଗା ମାଧ୍ୟମରେ ତିନି ଜଣ ଫେରିବା ସମୟରେ ଓରାପଦର ପାଖରେ ଭାରସାମ୍ୟ ହରାଇ ମଝି ନଦୀରେ ଡଙ୍ଗା ବୁଡି ଯାଇଥିଲା। ଏଥିରେ ଦୁଇ ନିଖୋଜ ଥିବା ବେଳେ ଜଣେ ପହଁରି ଓରାପଦର କୂଳରେ ପହଞ୍ଚି ଥିଲା। ଘଟଣା ସ୍ଥଳେ ଚିତ୍ରକୋଣ୍ଡା ଥାନା ଅଧିକାରୀ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Also Read  Lord Shiva & Parbati to go on city tour today