ପ୍ରଚଣ୍ଡ ଗ୍ରୀଷ୍ମପ୍ରବହାରରେ ସନ୍ତୁଳି ହେଉଛି ସାରା ଓଡିଶା; ଆଜି ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

0
149
heat wave continue in odisha till 16th june

ଭୁବନେଶ୍ୱର: ସାରା ରାଜ୍ୟକୁ କଲବଲ କରୁଛି ତାତି । ଟାଣ ଖରା ସହ ଝାଞ୍ଜି ପବନରେ ଅସ୍ତବ୍ୟସ୍ତ ଜନଜୀବନ । ସବୁଠି ଅସମ୍ଭାଳ ତାତି । ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ବଢିବ ତାତି । ହିଟ୍ଓ୍ବେଭ୍ ନେଇ ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳକୁ ସତର୍କତା ଜାରି କରାଯାଇଛି ।

ଗୁଳିଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ଲାଗୁଛି । ତାତି ବଢ଼ିବା ଯୋଗୁଁ କେବଳ ମଣିଷ ନୁହେଁ ଜୀବଜନ୍ତୁ ବିି ତ୍ରାହି ଡାକିଲେଣି ।ଆସନ୍ତା ୪ରୁ ୫ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍‌ ଯାଏ ବଢ଼ିପାରେ । ଏନେଇ ସତର୍କ କରାଇଛି ପାଣିପାଗ ବିଭାଗ । ୨୯ ତାରିଖ ଯାଏ କିଛି ଜିଲ୍ଲାକୁ ଜାରି ହୋଇଛି ହିଟୱେଭ୍‌ ଓ୍ଵାର୍ଣ୍ଣିଂ । ଆଜି ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ଅନୁଗୋଳକୁ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି ହୋଇଛି । ୨୯ ତାରିଖ ଯାଏଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଶିଶୁ, ବୟସ୍କ ଏବଂ ରୋଗୀ ସିଧାସଳଖ ସୂର୍ଯ୍ୟଙ୍କ ସଂସ୍ପର୍ଶରେ ଆସିଲେ ଅଂଶୁଘାତ ହେବା ଆଶଙ୍କା ରହିଛି । ତେଣୁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

Also Read  ଜୁନରୁ ଅକ୍ଟୋବର ମାସ ଗୁରୁତ୍ବପୂର୍ଣ୍ଣ, ଏହି ସମୟରେ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବା ସହ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତିକୁ ସୁଦୃଢ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

LEAVE A REPLY

Please enter your comment!
Please enter your name here