କେନ୍ଦୁଝର: ଯୁବକଙ୍କୁ ନିର୍ମମ ଭାବେ ହତ୍ୟା। କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ ମନୋହରପୁର ଗ୍ରାମରେ ସୋମବାର ରାତି ପ୍ରାୟ ୧୦ଟାରେ ଏହି ଜଘନ୍ୟ ହତ୍ୟାକାଣ୍ତ ଘଟିଛି । ଜଣେ ଯୁବକଙ୍କୁ ଘରୁ ଡାକିନେଇ ଚାରିଜଣ ଯୁବକ ଲୁହାଛଡରେ ପିଟିପିଟି ହତ୍ୟା କରିଛନ୍ତି । ମୃତକ ଜଣଙ୍କ ହେଉଛନ୍ତି ମନୋହରପୁର ଗ୍ରାମର ଭାଗ୍ୟଧର ଘଣା(୩୯) । ଠିକାଦାରୀ କାମକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ଖବର ଅନୁଯାୟୀ, ସୋମବାର ରାତି ପ୍ରାୟ ୧୦ ବେଳେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ୪ ଜଣ ଦୁର୍ବୁତ୍ତ ଏକ କାର ରେ ଆସିଥିଲେ। ଭାଗ୍ୟଧରଙ୍କ ସହ ଫୋନରେ କଥାହେବା ପରେ ମାଛ ଚିଙ୍ଗୁଡ଼ି ଚାଷ ପାଇଁ ଖୋଳାଯାଇଥିବା ପୋଖରୀ ପାଖକୁ ଡାକି ନେଇଥିଲେ । ତେବେ ଏହି ଷଡଯନ୍ତ୍ର ଜାଣିନପାରି ଭାଗ୍ୟଧର ଏବଂ ସାଥିରେ ସାହିର ତରଣୀସେନ ଦେହୁରୀ ଦୁହେଁ ବାଇକ୍ ଯୋଗେ ସେଠାକୁ ପହଞ୍ଚିଥିଲ। ସେଠାରେ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପ୍ରାଣବିକଳରେ ତରଣୀ ସେଠାରୁ ଖସିଆସି ବିଶ୍ବନାଥପୁର ଗାଁରେ ପହଞ୍ଚି ଲୋକଙ୍କୁ ଘଟଣା ଜଣାଇଥିଲା । ସଦର ଥାନାକୁ ଖବର ଦେବାରୁ ଘଟଣା ସ୍ଥଳରେ ସଦର ଥାନା ଏସ୍ ଆଇ ଓ ଗାଁ ଲୋକ ପହଞ୍ଚିଥିଲେ । ସେତେବେଳକୁ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପୋଲିସ ଘଟଣାରେ ୨ ଜଣ ଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି ।