ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ଆରଏମସିର ମାର୍କେଟ ସରକାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0
135

ଯାଜପୁର: ଆରଏମସିର ମାର୍କେଟ ସରକାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆରଏମସିର ମାର୍କେଟ ସରକାର ଭାବେ କାର୍ଯ୍ୟରତ ଗୟାଧର ସାହୁଙ୍କ ବାସଭବନ ଏବଂ ଭଡ଼ା ଦିଆଯାଇଥିବା ଘରେ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଥିବାର ଖବର ମିଳିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯାଜପୁର ଟାଉନ ଥାନା ଅଞ୍ଚଳ ସନ୍ଥେଶ୍ବରପୁରସ୍ଥିତ ଗୟାଧର ସାହୁଙ୍କ ବାସଭବନ ଏବଂ ଭଡା ଦିଆଯାଇଥିବା ଘରେ ଏହି ଚଢ଼ାଉ ଚାଲିଛି । ତାଙ୍କ ନାମରେ ପୂର୍ବରୁ କୋର୍ଟରେ ଅଭିଯୋଗ ହୋଇଥିବା ବେଳେ କୋର୍ଟର ନିର୍ଦେଶକ୍ରମେ ଭିଜିଲାନସ ଚଢ଼ାଉ ଜାରି ରହିଛି । ତେବେ ତାଙ୍କ ଘରୁ କେତେ ଟଙ୍କା, ସୁନା ଆଦି ଜବତ ହୋଇଛି ତାହା ଜଣାପଡ଼ିନାହିଁ । ଏଣେ ତାଙ୍କ ସଂପତ୍ତିର ଆକଳନ ଚାଲିଛି ।

Also Read  ଷ୍ଟାର୍ ଖେଳାଳି ପିଭି ସିନ୍ଧୁ ଜିତିଲେ ସିଙ୍ଗାପୁର ଓପନ୍ ଟାଇଟଲ୍

LEAVE A REPLY

Please enter your comment!
Please enter your name here