କିମ୍‍ସରେ ଯୋଗଦେଲେ ଦୁଇ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଡାକ୍ତର

0
223
Eminent Liver Transplant Experts Join KIMS
Eminent Liver Transplant Experts Join KIMS

କିମ୍‍ସରେ ଯୋଗଦେଲେ ଦୁଇ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଡାକ୍ତର
ଭୁବନେଶ୍ୱର: ଏପ୍ରିଲ ୨୮ : ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ହେପାଟୋପାଥୋଲୋଜିଷ୍ଟ ଡା. ଅସୀମ ଦାସ ଓ ବିଶିଷ୍ଟ ହେପାଟୋଲୋଜିଷ୍ଟ ଡା. ଅଶୋକ କୁମାର ଚୌଧୁରୀ କିମ୍‍ସରେ ଭିଜିଟିଂ ପ୍ରଫେସର ଭାବେ ଯୋଗ ଦେଇଛନ୍ତି ।

ଡା. ଦାସ ୧୯୮୭ରେ କଲିକତା ବିଶ୍ୱବିଦ୍ୟାଳୟରୁ ଶିକ୍ଷାଲାଭ ପରେ ଚଣ୍ଡିଗଡସ୍ଥିତ ପିଜିଆଇଏମ୍‌ଆରରୁ ପାଥୋଲୋଜିରେ ଏମଡି କରିଛନ୍ତି । ପାଥୋଲୋଜିରେ ସେ ଡିପ୍ଲୋମାଟ୍‍ ଅଫ୍‍ ନ୍ୟାସନାଲ ବୋର୍ଡ (ଡ଼ିଏନବି) କରିବା ସହ ଲଣ୍ଡନର ରୟାଲ କଲେଜ ଅଫ ପାଥୋଲୋଜିରେ ବୋର୍ଡ ସଦସ୍ୟ ଓ ଫେଲୋ ରହିଆସିଛନ୍ତି ।

ସେ ୧୯୯୦ ରୁ ୨୦୨୧ ପର୍ଯ୍ୟନ୍ତ ଚଣ୍ଡିଗଡ଼ସ୍ଥିତ ପିଜିଆଇଏମ୍‌ଇଆରରେ ହିଷ୍ଟୋପାଥୋଲୋଜିରେ ଅଧ୍ୟାପକ ରହିବା ସହ ପଣ୍ଡିଚେରୀସ୍ଥିତ ଜେଆଇପିଏମ୍‍ଇଆରରେ ଭିଜିଟିଂ ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ସେହିପରି ଡା ଚୌଧୁରୀ କଟକ ଏସ୍‍ସିବି ମେଡିକାଲ୍‍ କଲେଜରୁ ଏମ୍‍ବିବିଏସ୍‍ ଓ ମେଡିସିନ୍‍ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ନୂଆଦିଲ୍ଲୀସ୍ଥିତ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲିଭର ଆଣ୍ଡ ବାଇଲିଆରି ସାଇନ୍‍ସେସ୍‍ (ଆଇଏଲ୍‍ବିଏସ୍‍)ରୁ ହେପାଟୋଲୋଜିରେ ଡିଏମ କରିଛନ୍ତି । ଆଇଏଲ୍‍ବିଏସ୍‍ରେ ଜଣେ ଟ୍ରାନ୍‍ସପ୍ଲାଣ୍ଟ ହେପାଲୋଜିଷ୍ଟ ଭାବେ ଦୀର୍ଘ ୧୨ ଧରି ସେ କାର୍ଯ୍ୟ କରିଛନ୍ତି ।

ସେ ମଧ୍ୟ ଆମେରିକାସ୍ଥିତ ହମ୍‍ ଲି ଲିଭର ଟ୍ରାନ୍‍ସପ୍ଲାଣ୍ଟ କେନ୍ଦ୍ରରେ ଭିଜିଟି ପ୍ରଫେସର ଭାବେ କାର୍ଯ୍ୟ କରିବା ସହ ଲଣ୍ଡନସ୍ଥିତ କିଙ୍ଗସ କଲେଜ ହସ୍‍ପିଟାଲ୍‍ର ଲିଭର ଇଣ୍ଟେନ୍‍ସିଭ ଥେରାପି ୟୁନିଟ୍‍ରେ ଫେଲୋ ଅବଜରଭର ଭାବେ କାର୍ଯ୍ୟ କରିଛନ୍ତି ।

ଏହି ଦୁଇ ବିଶିଷ୍ଟ ପ୍ରଫେସର କିମ୍‍ସରେ ଯୋଗ ଦେବା ଫଳରେ କିମ୍‍ସର ଡାକ୍ତରୀ ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବା ସହ କିମ୍‍ସରେ ଗବେଷଣା ଓ ଲିଭର ଟ୍ରାନ୍‍ସପ୍ଲାଣ୍ଟ ଚିକିତ୍ସାରେ ସେମାନଙ୍କ ଯୋଗଦାନ ରହିବ ।

Also Read  First term delivery by Covid positive patient in KIMS Covid hospital

LEAVE A REPLY

Please enter your comment!
Please enter your name here