ସାଂଘାଇରେ କରୋନା ସ୍ଥିତି ସାଂଘାତିକ: ଭୋକ-ଶୋଷରେ ଛଟପଟ ହେଉଛନ୍ତି ଲକ୍ଷାଧିକ ଲୋକ

0
3113
corona situation critical as people-running-away-from shanghai

ବେଜିଂ: ଚୀନ୍‌ର ସାଂଘାଇରେ କରୋନା ସ୍ଥିତି ଏବେ ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି । ଏହି କାରଣରୁ ଚାରିଆଡେ ହାହାକାର ସୃଷ୍ଟି ହୋଇଛି, ସରକାର ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍‌ ଗ୍ରହଣ କରିଛନ୍ତି। ବାଣିଜ୍ୟ କାରବାରର ବଡ କେନ୍ଦ୍ର ପାଲଟିଥିବା ଏହି ସହରର ଲୋକ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ସ୍ଥାନୀୟ ପ୍ୟାକର୍ସ ଓ ମୁଭର୍ସଙ୍କ ସହିତ କିଛି ଲ’ ଫାର୍ମର କହିବା ଅନୁସାରେ, ଚୀନ୍‌ର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସହର ସାଂଘାଇର ଲୋକ ଭୟରେ ପଳାୟନ କରୁଛନ୍ତି। ସେଭଳି କିଛି ଲୋକ ସୋସିଆଲ ମିଡିଆ ଜରିଆରେ ଲୋକଙ୍କଠାରୁ ପରାମର୍ଶ ନେଉଛନ୍ତି ଯେ, ସହରରେ ଲକଡାଉନ୍ ଲାଗୁ ହୋଇଛି। କଟକଣା ଭିତରେ ସେ ସହର ଛାଡିବାକୁ କ’ଣ ଉପାୟ କରିପାରନ୍ତି।

ଅ​‌ଢେଇ କୋଟି ଜନସଂଖ୍ୟା ଥିବା ସହରରେ ମଲ୍ଟିନ୍ୟାସନାଲ କମ୍ପାନୀ ଭରି ରହିଛି। ଏଠାରେ ବହୁସଂଖ୍ୟାରେ ବିଦେଶୀ ରୁହନ୍ତି। କିନ୍ତୁ କୋଭିଡ୍‌ କେସ୍‌ ଲଗାତାର ବଢିବା ପରେ ସେ ଏଠାରୁ ପଳାୟନ କରିବା ପକ୍ରିୟା ଆରମ୍ଭ କରିଦେଇଛନ୍ତି। ଅନ୍ତର୍ଜାତୀୟ ମୁଭର୍ସ ସଙ୍ଘାଇ ଏମ୍‌ ଆଣ୍ଡ ଟି’ ର ସଂସ୍ଥାପକ ମାଇକେଲ କାଉଙ୍ଗ କହିଛନ୍ତି, ସାଧାରଣତଃ ଆମକୁ ପ୍ରତି ମାସରେ ପ୍ରାୟ ୩୦-୪୦ଟି ଅର୍ଡର ମିଳୁଥିଲା, କିନ୍ତୁ ଚଳିତ ମାସ ଏଭଳି ଅର୍ଡର ଖୁବ୍ ବୃଦ୍ଧି ହୋଇଛି।

ଏଜେନ୍ସିର ସୂଚନା ଅନୁସାରେ, ସଙ୍ଘାଇରେ କୋଭିଡ୍‌ କେସ୍‌ ଲଗାତାର ଭାବରେ ବଢିଛି। କୁହାଯାଉଛି ଯେ, ଏଠାରେ ଏବେ ଲୋକଙ୍କୁ ଖାଇବାକୁ ମଧ୍ୟ ମିଳୁନି। ୧୦ ଜଣ ବିଦେଶୀ ନାଗରିକ କହିଛନ୍ତି ଯେ, ତାଙ୍କୁ ଖାଇବାର ବ୍ୟବସ୍ଥା କରିବା ପରେ ଖୁବ୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। କେବଳ ସେତିକି ନୁହେଁ, ପ୍ରତି ମୂହୁର୍ତ୍ତରେ ଏହି କଥାର ଭୟ ରହିଥାଏ ଯେ, ଘରର କୌଣସି ସଦସ୍ୟ ସଂକ୍ରମିତ ହୋଇନଯାଆନ୍ତୁ। ଯଦି କାହାକୁ କରୋନା ହୋଇଯାଏ ତେବେ ରୋଗୀକୁ ଆଇସୋଲେଟ୍ କରିଦିଆଯିବ। ଏଭଳି ସ୍ଥିତିରେ ପରିବାର ଲୋକଙ୍କଠାରୁ ତାଙ୍କୁ ଦୂରେଇ ଯିବାର ଭୟ ଘାରୁଛି।

Also Read  Omicron Enters India; Two foreign Nationals found infected With Omicron