ଦେଶରେ କୋଭିଡ୍‌ କ୍ଷତିଭରଣା ପାଇଁ ଲାଗିବ ଆହୁରି ୧୫ ବର୍ଷ: RBI ରିପୋର୍ଟ

0
3245
rbi report on corona situation in India

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁ ସାରା ବିଶ୍ୱ ଭୟଙ୍କର ସ୍ଥିତି ଦେଇ ଗତି କରିଛି। ଲକ୍ଷ ଲକ୍ଷ କୋଟି କ୍ଷତି ହୋଇଛି। ଅର୍ଥନୀତି ଭୁଶୁଡ଼ି ପଡ଼ିଛି। କୋଭିଡ୍‌ର ସବୁଠାରୁ ଗମ୍ଭୀର ସ୍ଥିତି ଭୋଗୁଛି ଶ୍ରୀଲଙ୍କା। ଦେଶ ଏବେ ଦେବାଳିଆ ସ୍ଥିତିକୁ ଚାଲିଆସିଛି।

ତେବେ ଭାରତ ବି କିଛି କମ କ୍ଷତି ସହି ନାହିଁ। କୋଭିଡ କଟକଣା ଯୋଗୁ ଦେଶରେ କୋଟି କୋଟି ଟଙ୍କା ବର୍ବାଦ୍ ହୋଇଛି। ସେଣ୍ଟ୍ରାଲ ବ୍ୟାଙ୍କ ଷ୍ଟାଫଙ୍କର ଏକ ରିପୋର୍ଟ ଅନୁସାରେ, ଆର୍ଥିକ ବର୍ଷ ୨୧ରେ ୧୯.୧ ଲକ୍ଷ କୋଟି, ବର୍ଷ ୨୨ରେ ୧୭.୧ ଲକ୍ଷ କୋଟି ଓ ଆର୍ଥିକ ବର୍ଷ ୨୩ରେ ୧୬.୪ ଲକ୍ଷ କୋଟି କ୍ଷତି ହୋଇଛି।

ତେବେ ଏତେ ମାତ୍ରାରେ କ୍ଷତିଭରଣା କରିବାକୁ ସହଜ ବ୍ୟାପାର ନୁହେଁ। ଗୋଟିଏ କି ଦୁଇ ବର୍ଷରେ ଏତେ କ୍ଷତିର ଭରଣା କରାଯାଇପାରିବ ନାହିଁ। ଏଥିପାଇଁ ୧୫ ବର୍ଷ ସମୟ ଲାଗିବ ବୋଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି। ୨୦୨୨ ଆର୍ଥିକ ବର୍ଷ ପାଇଁ RBIର ମୁଦ୍ରା ଓ ଅର୍ଥ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ଏପ୍ରିଲ ୨୯ ତାରିଖରେ ଏହି ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଏଥିରେ କୁହାଯାଇଛି ଯେ ଆର୍ଥିକ ବର୍ଷ ୨୦୨୦-୨୧ରେ ୬.୬ ପ୍ରତିଶତ ଅବିବୃଦ୍ଧି ହାର, ୨୦୨୧-୨୨ ବର୍ଷରେ ୮.୯% ଓ ୨୦୨୨-୨୩ରେ ୭.୨% କିମ୍ବା ୭.୫% ଆନୁମାନିକ ଅବିବୃଦ୍ଧି ହିସାବକୁ ନେଲେ ଆର୍ଥିକ ୨୦୩୪-୩୫ ବେଳକୁ ଦେଶର କ୍ଷତି ଭରଣା କରାଯାଇପାରିବ ବୋଲି ରିପୋର୍ଟରେ କୁହାଯାଇଛି।

କୋଭିଡ ପରେ ଅର୍ଥନୀତିକୁ ବଳଦେବା ଆଦି ପ୍ରସଙ୍ଗରେ ଏହି ରିପୋର୍ଟରେ ଚଳିତ ବର୍ଷର ବିଷୟବସ୍ତୁ ଥିଲା ‘ରିଭାଇବ୍ ଆଣ୍ଡ ରିକନଷ୍ଟ୍ରକ୍ଟିଭ୍।’ ଏହି ରିପୋର୍ଟରେ ଦେଶରେ ଅର୍ଥନୀତି ବିଷୟରେ କୁହାଯାଇଥିଲା।

ଆର୍ଥିକ ବର୍ଷ ୨୦୨୪ରେ ଭାରତର ଅବିବୃଦ୍ଧି ହାର ୭.୫ ପ୍ରତିଶତ ହେବ ବୋଲି ଆଶା କରାଯାଉଥିବା ବେଳେ ଅନ୍ତର୍ଜାତୀୟ ଅର୍ଥିକ ପାଣ୍ଠି (IMF) କହୁଛି ଏହି ବର୍ଷ ମାତ୍ର ୬.୯ ପ୍ରତିଶତ ଅବିବୃଦ୍ଧି ହେବ। ଏହା ପୂର୍ବରୁ ଏପ୍ରିଲ ୧୮ ତାରିଖରେ ପ୍ରକାଶ ପାଇଥିବା RBIର ମନିଟାରୀ ପିଲିସି ରିପୋର୍ଟରେ ବି ସମାନ କଥା କହିଥିଲା।

ଏଥିରେ ଆର୍ଥିକ ବର୍ଷ ୨୦୨୪ରେ ଅବିବୃଦ୍ଧି ହାର ୬.୩ ହେଇପାରେ ବୋଲି ଦର୍ଶାଯାଇଥିଲା। ଅନେକ ଅର୍ଥନୀତିଜ୍ଞ ମଧ୍ୟ ୨୦୨୪ ଆର୍ଥିକ ବର୍ଷର ଅବିବୃଦ୍ଧି ୬ ପ୍ରତିଶତ ହେବ ବୋଲି କୁହଯାଇଛି। ଯଦି ଏମିତି ହୁଏ ତେବେ ଦେଶରେ ହୋଇଥିବା କୋଭିଡ୍ କ୍ଷତି ଭରଣା କରିବାକୁ ଦୀର୍ଘ ବର୍ଷ ଲାଗିପାରେ ବୋଲି କୁହାଯାଉଛି।

Also Read  ଆମେରିକାରେ ଗୀତା ରବାରୀଙ୍କ ଉପରେ ଟଙ୍କା ବର୍ଷା, ୟୁକ୍ରେନ୍‌କୁ ଦାନ କରିବେ ଗାୟିକା

ସେଣ୍ଟ୍ରାଲ ବ୍ୟାଙ୍କର କର୍ମଚାରୀଙ୍କ ଅନୁସାରେ, ମନିଟାରୀ ଟର୍ମରେ କୋଭିଡ୍ ଯୋଗୁ ଆଉଟପୁଟ କ୍ଷତି ଆର୍ଥିକ ବର୍ଷ ୨୧ରେ ୧୯.୧ ଲକ୍ଷ କୋଟି, ବର୍ଷ ୨୨ରେ ୧୭.୧ ଲକ୍ଷ କୋଟି ଓ ଆର୍ଥିକ ବର୍ଷ ୨୩ରେ ୧୬.୪ ଲକ୍ଷ କୋଟି କ୍ଷତି ହୋଇଛି।

ଆର୍ଥିକ ବର୍ଷ ୨୦୨୨ର ଅର୍ଥନୀତିକୁ ଦେଖିଲେ ଭାରତର ଜିଡିପି(ମୋଟ ଘରୋଇ ଉତ୍ପାଦ) ୧୪୭.୫୪ ଲକ୍ଷ କୋଟି ଆକଳନ କରାଯାଇଛି। ତେଣୁ ଅବିବୃଦ୍ଧି ହାର ଉପରୋକ୍ତ ଅନୁସାର ଚାଲେ ତେବେ କୋଭିଡ୍‌ କ୍ଷତିରୁ ବାହାରିବା ପାଇଁ ଦେଶକୁ ଆହୁରି ୧୫ ବର୍ଷ ସମୟ ଲାଗିବ ବୋଲି RBI କହିଛି।