ରାତିରେ ମୋବାଇଲ ସିମ୍ ଦୋକାନ ଉପରେ ରେଡ୍

0
1552

ଢେଙ୍କାନାଳ: ମୋବାଇଲ ସିମ୍ ଦୋକାନ ଉପରେ ରେଡ୍ । ଗତକାଲି ସଂଧ୍ୟା ସମୟରେ କ୍ରାଇମବ୍ରାଞ୍ଚ ଢେଙ୍କାନାଳରେ ରେଡ୍ କରିଛି । ଢେଙ୍କାନାଳର ସହରର ଟାଉନ ପ୍ଲାନିଂ ଅଂଚଳରେ ରହିଛି ଏହି ସିମ୍ ଦୋକାନ। ସ୍ଥାନୀୟ ପୁଲିସ ସହାୟତାରେ ଆସି କ୍ରାଇମବ୍ରାଞ୍ଚ ଏହି ରେଡ୍ କରିଛି।

ଦୋକାନରେ ବସୁଥିବା ଦୁଇ ଜଣ ସାଇ ଦାସ ଏବଂ ସିଲୁ ଦାସଙ୍କୁ କ୍ରାଇମବ୍ରା଼ଞ୍ଚ ଏବଂ ସାଇବର ପୋଲିସ ଅଧିକାରୀ ଉଠାଇ ନେଇଛନ୍ତି ବୋଲି ସୂଚନା ରହିଛି । ମିଳିଥିବା ସୂଚନା ଅନୁଯାୟୀ ଏହି ଦୋକାନରୁ ଗୋଟିଏ ପରିଚୟ ପତ୍ରରେ ୩୦ଟି ସିମ୍ ଆକ୍ଟିଭ ହୋଇଛି । ଯାହାକି ବେଆଇନ୍ । ସେହିପରି ଏହି ସିମ୍ କାର୍ଡ ମଧ୍ୟରୁ କୌଣସି ଏକ ସିମରେ ଅପରାଧିକ କାମ ହୋଇଥିବା ସୂଚନା ରହିଛି ।

ଏପରି କରିବା ସେତେବେଳେ ସମ୍ଭବ ଯେତେବେଳେ ଦୋକାନୀ କିଛି ଅସାଧୁ ଉପାୟ ଅବଲମ୍ବନ କରିବ । ସେହିପରି ମନି ଲଣ୍ଡରିଂ କାରବାରର ସୂଚନା ରହିଛି । ତେବେ କେଉଁ କାରଣ ପାଇଁ କ୍ରାଇମବ୍ରାଞ୍ଚ ଏହି ଗିରଫଦାରୀ କରିଛି ସେ ସୂଚନା ମିଳିପାରିନାହିଁ । ଆଜି ଏ ନେଇ କ୍ରାଇମବ୍ରାଞ୍ଚ ପ୍ରେସ ମିଟ୍ କରି ସୂଚନା ଦେଇପାରେ ।

Also Read  ଅଭିନେତା ଭିକି କୌଶଲ ଓ ପତ୍ନୀ କ୍ୟାଟ୍ରିନା କୈଫ୍‌ଙ୍କୁ ହତ୍ୟା ଧମକ, ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ