ଶ୍ରମିକଙ୍କ ପାଇଁ ଖୁସି ଖବର: ବୃଦ୍ଧି ପାଇଲା ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ, ଅତି କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ

0
388

ଭୁବନେଶ୍ବର: ଅନ୍ତର୍ଜାତୀୟ ଶ୍ରମିକ ଦିବସ ପୂର୍ବରୁ ରାଜ୍ୟ ସରକାର ଶ୍ରମିକମାନଙ୍କୁ ଉପହାର ଦେଇଛନ୍ତି। ସରକାର ୮୯ଟି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ମହଙ୍ଗା ଭତ୍ତା ବଢ଼ାଇଛନ୍ତି। ମହଙ୍ଗା ଭତ୍ତା ୧୧ ଟଙ୍କା ଲେଖାଏଁ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ଘୋଷଣା କରିଛନ୍ତି। ଏହା ଦ୍ବାରା କୁଶଳୀ, ଅଣକୁଶଳୀ, ଦକ୍ଷ ଓ ସୁଦକ୍ଷ ଶ୍ରମିକ ଉପକୃତ ହେବେ।

ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ରାଜ୍ୟର ୮୯ଟିି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି। ଏଣିକି ଶ୍ରମିକମାନେ ୧୧ ଟଙ୍କା ଲେଖାଏଁ ଅଧିକ ମହଙ୍ଗା ଭତ୍ତା ପାଇବେ। ରାଜ୍ୟ ସରକାର ଭାରିଏବୁଲ ଡିଅରନେସ୍‌ ଆଲାଉନ୍ସ (ଭିଡିଏ) ବୃଦ୍ଧି କରିଛନ୍ତି। କୁଶଳୀ, ଅଣକୁଶଳୀ, ଦକ୍ଷ ଓ ସୁଦକ୍ଷ ଶ୍ରମିକଙ୍କ ପାଇଁ ଏପ୍ରିଲ ପହିଲାରୁ ଏହା ପିଛଲା ଭାବେ ଲାଗୁ ହେବ।

ବିଜ୍ଞପ୍ତି ଅନୁସାରେ କୁଶଳୀ ଶ୍ରମିକମାନେ ପୂର୍ବରୁ ଦୈନିକ ୩୧୫ ଟଙ୍କା ପାଉଥିଲା ବେଳେ ୧୧ ଟଙ୍କା ଭତ୍ତା ବଢ଼ିବା ପରେ ୩୨୬ ଟଙ୍କା ପାଇବେ। ଅଣକୁଶଳୀ ଶ୍ରମିକମାନେ ଆଗରୁ ୩୫୫ଟଙ୍କା ପାଉଥିଲେ। ବର୍ଦ୍ଧିତ ଭତ୍ତା ଅନୁଯାୟୀ ସେମାନଙ୍କୁ ୩୬୬ ଟଙ୍କା ମିଳିବ। ଦକ୍ଷ ଶ୍ରମିକ ମାନେ ୪୦୫ ଟଙ୍କାରୁ ୪୧୬ ଟଙ୍କା ପାଇବେ। ସେହିପରି ସୁଦକ୍ଷ ଶ୍ରମିକମାନଙ୍କ କ୍ଷେତ୍ରରେ ଏହା ୪୬୫ରୁ ୪୭୬ଟଙ୍କା ହୋଇଛି।

Also Read  Odisha charts ambitious course for maritime growth at 4th NSAC Meeting