ଆସନ୍ତା ୧୦ରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ସମ୍ଭାବ୍ୟ ବାତ୍ୟା, ୭ରେ ମିଳିବ ସ୍ପଷ୍ଟ ଚିତ୍ର

0
357
cyclone-may-not-landfall It will be weak in the sea

ଭୁବନେଶ୍ବର: ଗତ କିଛି ଦିନ ଧରି ହେଉଥିବା ପ୍ରଚଣ୍ଡ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ମାତ୍ର ଖୁବଶୀଘ୍ର ତାତିର ଏଭଳି ପ୍ରକୋପରେ ବ୍ରେକ୍‌ ଲାଗିବ । ଗରମ କମିବ । ଛଟପଟ ହେଉଥିବା ଆଭ୍ୟନ୍ତରୀଣ ଓଡ଼ିଶାରେ ବି ତାତି କମିଯିବ । ଆଞ୍ଚଳିକ ପାଣିପାଗ ବିଭାଗ ଏଭଳି ଆଶା ଦେଖାଇଛି । ୩ ତାରିଖରୁ ୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛି । ଏଥିପାଇଁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ଓଡ଼ିଶା, ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ବୁଲେଟିନ୍‌ ଜାରି କରିଛି ।

ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) କୌଣସି ପୂର୍ବାନୁମାନ କରିନି । ୭ରେ ମିଳିବ ବାତ୍ୟାର ସ୍ପଷ୍ଟ ଚିତ୍ର। ଆସନ୍ତା ୧୦ ତାରିଖରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ସମ୍ଭାବ୍ୟ ବାତ୍ୟା। ଏନେଇ ବିଭିନ୍ନ ମଡେଲ ପକ୍ଷରୁ ଭିନ୍ନଭିନ୍ନ ଆକଳନ କରାଯାଇଥିଲେ ମଧ୍ୟ ଏଯାଏ IMD ବାତ୍ୟାକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ଦେଇନାହିଁ। ଆଇଏମ୍‌ଡି ସୂଚନା ଅନୁଯାୟୀ ଆସନ୍ତା ୪ ତାରିଖ ଆଡକୁ ଦକ୍ଷିଣ ଆଣ୍ଡମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ସେହି ଅଞ୍ଚଳରେ ୬ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ୨୪ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। ତେବେ ବଙ୍ଗୋପସାଗରରେ ଘନୀଭୂତ ହୋଇ କେଉଁଆଡେ ମୁହାଁଇବ ଓ କେଉଁଠି ସ୍ଥଳଭାଗ ସ୍ପର୍ଶ କରିବ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଲଘୁଚାପ ସୃଷ୍ଟି ପରେ ୭ ତାରିଖ ବେଳକୁ ଅଧିକ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Also Read  ଏଫଆଇଏଚ ହକି ପ୍ରୋ ଲିଗ: ଭାରତ ମହିଳା ଦଳରେ ୪ ଓଡିଆ