ଆଜି ପବିତ୍ର ଅକ୍ଷୟା ତୃତୀୟା ଅବସରରେ ରାଜ୍ୟର ଚାଷୀଙ୍କୁ ମିଳିବ ‘କାଳିଆ’ ଟଙ୍କା, ଉପକୃତ ହେବେ ୪୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ

0
189
odisha-farmers-to-get-rs-2000-kalia-assistance-today

ଭୁବନେଶ୍ବର: ପବିତ୍ର ଅକ୍ଷୟ ତୃତୀୟାରେ ପୁଣି ମିଳିବ କାଳିଆ ଟଙ୍କା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଟଙ୍କା ପ୍ରଦାନ କରିବେ । ଅକ୍ଷୟା ତୃତୀୟ ଅବସରରେ ଚାଷୀଙ୍କୁ ମିଳିବ କାଳିଆ ଯୋଜନାରେ ଆର୍ଥିକ ସହାୟତା । ୪୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଥିରେ ସହାୟତା ପାଇବେ । ଏ ବାବଦରେ ରାଜ୍ୟ ସରକାର ୮ଶହ କୋଟି ଟଙ୍କା ଖର୍ଚ୍ଚ କରିବେ । ବର୍ଷକୁ ଦୁଇଥର କାଳିଆ ଯୋଜନାରେ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଉଛି ।

୨୦୨୨ ଆର୍ଥିକ ବର୍ଷ ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ କାଳିଆ ସହାୟତା ରାଶି ପ୍ରଦାନ କରିବେ ରାଜ୍ୟ ସରକାର । ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ‘କାଳିଆ’ ଟଙ୍କା ପ୍ରଦାନ କରିବେ । ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ ।

Also Read  ଦେଶଦ୍ରୋହ ଆଇନ ଉପରେ ରହିତାଦେଶ ଜାରି କଲେ ସୁପ୍ରିମ୍ କୋର୍ଟ

LEAVE A REPLY

Please enter your comment!
Please enter your name here