ଆଜି ଘୁର୍ଣ୍ଣିବଳୟ ସୃଷ୍ଟି ହେବା ଆଶଙ୍କା, ଟୁଇଟ୍ କରି ମନ୍ତ୍ରୀ ଦେଲେ ପରାମର୍ଶ

0
531
moonsoon-soo-late-in-odisha

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆଜି ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି । ତେଣୁ ବାତ୍ୟା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଭାରତୀୟ ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ ଆଜି ଘୁର୍ଣ୍ଣିବଳୟ ସୃଷ୍ଟି ହେଉଥିବାରୁ ୬ ତାରିଖରେ ଏହା ଲଘୁଚାପରେ ପରିଣତ ହେବ ।ସେହିପରି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ଆକଳନ ଅନୁଯାୟୀ ବୁଧବାର ସୃଷ୍ଟି ହେବାକୁ ଥିବା ଲଘୁଚାପ ୬ ତାରିଖ ବେଳକୁ ଏହା ଗଭୀର ଅବପାତର ରୂପ ନେଇ ବାତ୍ୟାର ରୂପ ନେବ ।

ତେବେ ଏହି ବାତ୍ୟା ବଙ୍ଗୋପସାଗର ଭିତରେ ହିଁ ସୃଷ୍ଟି ହୋଇ ଏହା ବାଂଲାଦେଶ ଆଡକୁ ମୁହାଁଇବ ବୋଲି ଆକଳନ ହୋଇଛି। ଅନ୍ୟପଟେ ସୃଷ୍ଟି ହେବାକୁ ଥିବା ବାତ୍ୟାର ଗତିପଥ କଣ ରହିବ ତାହା ସ୍ପଷ୍ଟ ହୋଇନି । ଲଘୁଚାପ ସୃଷ୍ଟି ହେବା ପରେ ବାତ୍ୟାର ଗତିପଥ ଜଣାପଡିବ ବୋଲି ବିଶେଷଜ୍ଞ କହିଛନ୍ତି। ଅନ୍ୟପଟେ ଯୋଗାଣ ମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅଯଥା ଅତ୍ୟାବଶ୍ୟକ ଜିନିଷ ବହୁ ମାତ୍ରାରେ କ୍ରୟ କରି ମହଜୁଦ ରଖନ୍ତୁ ନାହିଁ। ଏହା ଦ୍ଵାରା ବଜାରରେ କୃତିମ ଅଭାବ ଦେଖାଦେଇପାରେ ଏବଂ ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ ଦରବୃଦ୍ଧି କରିପାରନ୍ତି।

କଳାବଜାରୀ ଏବଂ ଅସାଧୁ ବ୍ୟବସାୟୀଙ୍କ ଉପରେ ତୀକ୍ଷଣ ନଜର ରଖାଯାଉଅଛି ଏବଂ ଆବଶ୍ୟକ ସ୍ଥଳେ ଶକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାତ୍ୟା ମୁକାବିଲା ପାଇଁ ସତର୍କ ରୁହନ୍ତୁ, ଆତଙ୍କିତ ନହେବାକୁ ମନ୍ତ୍ରୀ କହିଛନ୍ତି । ସେହିପରି ଅସାଧୁ ବ୍ୟବସାୟ ଯେମିତି ଦର ନବଢାଇ ଦିଅନ୍ତି ସେଥିପ୍ରତି ଯୋଗାଣ ବିଭାଗ କଡା ନଜର ରଖିଛି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବଜାରରେ ଆବଶ୍ୟକ ପରିମାଣରେ ମହଜୁଦ ରହିଛି ବୋଲି ସେ କହିଛନ୍ତି।

Also Read  ମିସ୍ ୱାର୍ଲ୍ଡ ୨୦୨୧ ଟାଇଟଲ୍ ଜିତିଲେ ପୋଲାଣ୍ଡ ସୁନ୍ଦରୀ କରୋଲିନା ବିଲାଓ୍ବାସ୍କା