କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀଙ୍କ ସହ ସାକ୍ଷାତ୍ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

0
561
କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀଙ୍କ ସହ ସାକ୍ଷାତ୍ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ
କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀଙ୍କ ସହ ସାକ୍ଷାତ୍ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ମେ 05 : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନୂଆଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ୍ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଅନୁଗୋଳ ଓ କୁଲାଡ଼ରେ ଟ୍ରକ୍ ଦ୍ୱାରା ଆଲୁମିନିୟମ ପରିବହନକୁ ସୁଚାରୁରୂପେ କରିବା ଏବଂ କୋଇଲା ଓ ଖଣି କ୍ଷେତ୍ରରେ କାମ କରୁଥିବା ଠିକା ଶ୍ରମିକଙ୍କ ଦୈନିକ ମଜୁରୀ ବୃଦ୍ଧି ନେଇ ଆଲୋଚନା କରିଛନ୍ତି ।

ଏ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଅନୁଗୋଳ ଓ କୁଲାଡ଼ ଟ୍ରକ ମାଲିକ ସଂଘର ଦାବୀକୁ ନେଇ ଆଜି କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ ଯୋଶୀଙ୍କ ସହ ସାକ୍ଷାତ୍ କରି ଟ୍ରକ ମାଧ୍ୟମରେ ଆଲୁମିନିୟମ ପରିବହନ କାର୍ଯ୍ୟ କିପରି ସୁଚାରୁ ରୂପେ ହୋଇପାରିବ, ସେ ନେଇ ବିସ୍ତୃତ ଆଲୋଚନା କରାଗଲା ।
ଏହାସହ କୋଇଲା ଓ ଖଣି କ୍ଷେତ୍ରରେ କାମ କରୁଥିବା ଠିକା ଶ୍ରମିକଙ୍କ ଦୈନିକ ମଜୁରୀକୁ ଯଥେଷ୍ଟ ବୃଦ୍ଧି କରିବା ସହ ଉଚ୍ଚସ୍ତରୀୟ କମିଟିର ସୁପାରିଶକୁ ଲାଗୁ କରିବା ଦିଗରେ ଆଲୋଚନା କରାଗଲା ।
ନାଲକୋ ଦ୍ୱାରା ସ୍ମେଲଟର ପ୍ଲାଣ୍ଟର ସମ୍ପ୍ରସାରଣ ନେଇ ମଧ୍ୟ କଥାବାର୍ତ୍ତା ହୋଇଛି ।
ଏହାବ୍ୟତିତ କୋଇଲା ଖନନ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସିଏସଆର ଖର୍ଚ୍ଚ ଅଟକଳକୁ ବୃଦ୍ଧି କରି ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଭିତ୍ତିଭୂମି, ପାନୀୟ ଜଳ, ମୌଳିକ ସମସ୍ୟାକୁ ପ୍ରାଥମିକତା ଭିତ୍ତିରେ କରିବା ପାଇଁ ମଧ୍ୟ ଆଲୋଚନା କାଳରେ ଗୁରୁତ୍ୱ ଦିଆଯାଇଛି ।
ରାଜ୍ୟବାସୀଙ୍କ ହିତ ଦୃଷ୍ଟିରୁ କୋଇଲା ଓ ଖଣି ବିଭାଗର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ଆଲୋଚନା ହୋଇଛି ।
ଓଡ଼ିଶାର ବିକାଶ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ବିଭାଗୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ସମସ୍ତ ବିଷୟକୁ ଅନୁଧ୍ୟାନ କରାଯାଇ ଉଚିତ୍ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Also Read  KIMS Super Speciality Hospital: Eastern India’s First Double Knee Replacement Surgery on 87-Year-Old Woman Performed