ଏଥର ରଥଯାତ୍ରାରେ ସାମିଲ ହେବେ ଭକ୍ତ

0
197
today bhaunri-niti-at-srikhetra puri

ପୁରୀ: ଚଳିତବର୍ଷ ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା । ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏନେଇ ସବୁଜ ସଙ୍କେତ ମିଳିଛି । ଯଦି କୋଭିଡ ସଂକ୍ରମଣ ବଢେ, ତାହା ହେଲେ ବିନା ଭକ୍ତରେ ହେବ ରଥଯାତ୍ରା । ସ୍ଥିତି ଭଲ ଥିଲେ ରଥଯାତ୍ରାରେ ସାମିଲ ହେବେ ଭକ୍ତ । କରୋନା ଯୋଗୁଁ ଦୁଇବର୍ଷ ହେଲା ରଥ ଯାତ୍ରାରେ ଭକ୍ତଙ୍କ ପ୍ରବେଶକୁ ଅନୁମତି ମିଳିନଥିଲା । ତେଣୁ ଆକଳନ କରାଯାଉଛି, ଏଥରର ରଥଯାତ୍ରାରେ ନବକଳେବର ଭଳି ଭକ୍ତଙ୍କ ଗହଳି ହୋଇପାରେ ।

ଅଧିକ ଭକ୍ତ ଆସିବାର ସମ୍ଭାବନା ଥିବାରୁ ସେହି ଅନୁସାରେ ବ୍ୟବସ୍ଥା କରାଯିବ ବୋଲି ବୈଠକ ପରେ ଜିଲ୍ଲାପାଳ କହିଛନ୍ତି । ଦୁଇଟି ପ୍ଲାନ କରାଯାଇଛି । କୋଭିଡ ପରିସ୍ଥିତି ଗମ୍ଭୀର ହେଲେ ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବ । ସେଥିପାଇଁ ସମସ୍ତ ବିଭାଗ ନିଜ ଆକ୍ସନ ପ୍ଲାନ ପ୍ରାଦନ କରିଛନ୍ତି । ଆବଶ୍ୟକ ପଡିଲେ ୪/୫ ଦିନ ପରେ ପୁଣି ବସିପାରେ ବୈଠକ । ରଥଯାତ୍ରା ସମୟରେ ଆନୁଷଙ୍ଗିକ ସୁବିଧା ସୁଯୋଗ କିଭଳି ଭକ୍ତ ପାଇବେ ସେନେଇ ଆଲୋଚନା କରାଯାଇଛି । ଭକ୍ତମୟ ପରିବେଶରେ ରଥଯାତ୍ରା କରିବାକୁ ବୈଠକରେ ସେବାୟତମାନେ ଦାବି କରିଥିଲେ । ସବୁ ବିଭାଗ ସେମାନଙ୍କର ଆକ୍ସନ ପ୍ଲାନ୍ ପ୍ରଦାନ କରିଛନ୍ତି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

Also Read  ଉତ୍ତରାଖଣ୍ଡରେ ୬ ରେଲ୍‌ୱେ ଷ୍ଟେସନ୍‌, ଧର୍ମପୀଠରେ ବିସ୍ଫୋରଣ କରିବାକୁ ଚିଠିରେ ଧମକ; ପୁଲିସ ସଜାଗ

LEAVE A REPLY

Please enter your comment!
Please enter your name here