ଆସନ୍ତାକାଲି ସ୍ପଷ୍ଟ ହେବ ବାତ୍ୟା ଚିତ୍ର, ବାତ୍ୟା ହେବ କି ନାହିଁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଜଣାପଡ଼ିବ

0
490
cyclone-may-not-landfall It will be weak in the sea

ଭୁବନେଶ୍ୱର: ବାତ୍ୟା ହେବ କି ନାହିଁ ଜଣାପଡ଼ିବ ଆସନ୍ତାକାଲି । ଆସନ୍ତାକାଲି ସ୍ପଷ୍ଟ ହେବ ବାତ୍ୟା ଚିତ୍ର। ବାତ୍ୟା ହେବ କି ନାହିଁ କାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ଭାବେ ଜଣାପଡ଼ିବ। ଏବେ ଲୋକଙ୍କୁ ଭୟଭୀତ ହେବା କିମ୍ବା ଆତଙ୍କିତ ହେବାର ଆବଶ୍ୟକ ନାହିଁ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଆଇଏମ୍‌ଡି ଡିଜିଙ୍କ ସୂଚନା ଅନୁସାରେ, ଘୂର୍ଣ୍ଣିବଳୟଟି ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ରହିଛି। ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଯାଉଛି। ତା’ ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୮ ତାରିଖ ଭିତରେ ଏକ ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ଆଜିଠୁ ୮ ତାରିଖ ମଧ୍ୟରେ ଆଣ୍ଡାମାନ ସାଗର ଓ ନିକଟସ୍ଥ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋସାଗରରେ ସମୁଦ୍ର ଅଶାନ୍ତ ରହିପାରେ। ସେହି ଅଞ୍ଚଳରେ ପବନର ବେଗ ଆଜିଠାରୁ ୪୦ରୁ ୫୦ ଓ ୮ ତାରିଖ ସକାଳ ବେଳକୁ ୫୫ରୁ ୭୫ କିମି ବେଗରେ ପବନ ବହିପାରେ। ବାତ୍ୟା ହେବ କି ନାହିଁ ଓ ଏହାର ଗତିପଥ କେଉଁ ଦିଗକୁ ରହିବ, ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ତାହା ସ୍ପଷ୍ଟ ହେବ। ଏଯାଏ ବାତ୍ୟା ହେବ ବୋଲି କୁହାଯାଇନି, ଏଣୁ ଲୋକ ବିଭ୍ରାନ୍ତ ହେବା ଉଚିତ ନୁହେଁ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି।

Also Read  PM Modi Inaugurates Utkarsh Odisha Conclave