ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥଗିତ ହେଲା ଚୀନରେ ହେବାକୁ ଥିବା ଏସିଆନ ଗେମ୍ସ

0
448
asian-games-2022-postponed-says-chinese-state-media

ଚୀନରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ ଗେମ୍ସକୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରଖାଯାଇଛି । ଏନେଇ ଶୁକ୍ରବାର ଦିନ ଚୀନ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି । ଏନେଇ ଏସିଆ ଅଲିମ୍ପିକ୍ସ କାଉଁସିଲ ପକ୍ଷରୁ କୁହାଯାଇଛି କି, ଚୀନର ହଙ୍ଗଝୁଓ ଠାରେ ସେପ୍ଟେମ୍ବର ୧୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୧୯ ତମ ଏସିଆନ ଗେମ୍ସକୁ ସ୍ଥଗିତ ରଖାଯାଇଛି । ତେବେ ଚୀନରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଉଛି ।

ଏସିଆନ୍‌ ଅଲମ୍ପିକ୍‌ କାଉନ୍‌ସିଲ୍‌ ପକ୍ଷରୁ କୁହାଯାଇଛି ଯେ ଏବେ ଏହି ଗେମ୍‌କୁ ସ୍ଥଗିତ ରଖାଯାଇଛି। କିନ୍ତୁ ଖେଳକୁ ସ୍ଥଗିତ ରଖାଯିବା ପଛର କାରଣ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ମାତ୍ର କୁହାଯାଉଛି ଯେ ପୁଣିଥରେ କରୋନା ଭାଇରସ୍‌ର ପ୍ରକୋପ ବଢ଼ୁଥିବାରୁ ଖେଳକୁ ରଦ୍ଦ ରଖାଯାଇଛି। ଚୀନ୍‌ରେ କରୋନାସଂକ୍ରମଣ ପୂର୍ବାପେକ୍ଷା ଅଧିକ ବଢ଼ିଛି। ସଂକ୍ରମଣ ସହ ତାଳ ଦେଇ ମୃତ୍ୟୁ ହାର ବି ବଢ଼ୁଛି। ଏଣୁ ଦେଶରେ କୌଣସି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସରକାର ଚାହୁଁ ନାହାନ୍ତି।

କରୋନା ସଂକ୍ରମଣ ଏତେ ବେଗରେ ବ୍ୟାପୁଛି ଯେ ଚୀନ୍‌ର କେତେକ ସହରରେ ଲକ୍‌ଡାଉନ୍‌ ବି ଲାଗୁ କରାଯାଇଛି। ଲୋକଙ୍କୁ ପଦାକୁ ବାହାରିବାକୁ ମନା କରାଯାଇଛି। ଯଦି କେହି ନିୟମ ନ ମାନେ ତେବେ ତା’ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯାଉଛି। ନିକଟରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଏବେ ଚୀନ୍‌ରେ କରୋନା ସ୍ଥିତି ପୂର୍ବ ତୁଳନାରେ ଆହୁରି ସାଂଘାତିକ ହୋଇଛି। ଏଠାରେ ମୃତ୍ୟୁ ହାର ବି ବଢ଼ୁଛି। ଏଭଳି ସ୍ଥିତିରେ ଏସିଆନ୍‌ ଗେମ୍‌ସ ଆୟୋଜନ କରି ଆଉ ଚିନ୍ତା ବଢ଼ାଇବାକୁ ଚାହୁଁ ନାହାନ୍ତି ଚୀନ୍‌ ସରକାର। ଏଣୁ ସେ ଏସିଆନ୍‌ ଗେମ୍‌କୁ ସ୍ଥଗିତ ରଖିଛନ୍ତି।

Also Read  ତାଇୱାନ୍‌ ବିବାଦ ଭିତରେ LACଠୁ ଦୂରେଇ ରହିବାକୁ ଚୀନକୁ କଡା ଚେତାବନୀ ଦେଲା ଭାରତ