ଗିରଫ ହେଲେ କୋଟିପତି ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ

0
210
crorepati-li-jagannath-raut-arrested-by-vigilance

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ ଗିରଫ । ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ମେ’ ୧୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ଆୟ ବହିଃର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗୁରୁବାର କଟକ ଓ ଖୋର୍ଦ୍ଧା ଜିଲ୍ଲାର ୯ ଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ । ଚଢାଉ ସମୟରେ ୭ କୋଟି ଟଙ୍କାର ଆୟବହିର୍ଭୁତ ସମ୍ପତି ଠାବ କରିଥିଲା ଭିଜିଲାନ୍ସ ବିଭାଗ । ଆୟ ଠାରୁ ୩୬୫% ଅଧିକ ସଂପତ୍ତି ସେ ଠୁଳ କରିଥିବା ଭିଜିଲାନ୍ସ ଯାଞ୍ଚ ବେଳେ ଜାଣିବାକୁ ପାଇଛି। ଭୁବନେଶ୍ୱର ଓ କଟକରେ ଜଗନ୍ନାଥଙ୍କର ୯୧ଟି ପ୍ଲଟ ରହିଛି। ଏହା ବାଦ୍ ତାଙ୍କର ୫ଟି କୋଠା ଓ ୨ଟି ଫ୍ଲାଟ୍‌ ରହିଛି। ବ୍ୟାଙ୍କ ଜମା ଓ ବୀମା ବାବଦକୁ ତାଙ୍କ ଠାରୁ ୩୯.୪୮ ଲକ୍ଷ ଟଙ୍କା ଠାବ କରାଯାଇଛି। ତାଙ୍କ ଘରୁ ସୁନା, ହୀରା ଓ ରୁପାର ଯେଉଁ ଅଳଙ୍କାର ଜବତ କରାଯାଇଛି, ତା’ର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ। ସେହିପରି କାର୍, ବାଇକ୍, ନଗଦ ଟଙ୍କା ଓ ଅନ୍ୟାନ୍ୟ ଜିନିଷ ପତ୍ରର ମୂଲ୍ୟ ୧୫ ଲକ୍ଷ ଟଙ୍କା ବୋଲି ଭିଜିଲାନ୍ସ ହିସାବ କରିଛି। ଏ ସବୁ ସହିତ ତାଙ୍କର ଆହୁରି ଅନେକ ସମ୍ପତ୍ତି ଠାବ କରାଯାଇଛି।

Also Read  Wild Bears seen playing Football in Odisha Village

LEAVE A REPLY

Please enter your comment!
Please enter your name here