ବାତ୍ୟା ଅସାନୀ ଆଣିବ ବର୍ଷା, ପବନ; ମେ’ ୧୦ରେ ୩ଜିଲ୍ଲା ଏବଂ ୧୧ରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

0
211
Heavy rainfall alert for odisha

ଭୁବନେଶ୍ବର: ଓଡ଼ିଶା ସ୍ଥଳଭାଗ ଛୁଇଁବନି ବାତ୍ୟା ‘ଅସାନୀ’। ମାତ୍ର ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ବହିପାରେ । ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ୧୧ ତାରିଖରେ ୫ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କିଛି ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ। କିନ୍ତୁ ବନ୍ୟାର ସମ୍ଭାବନା ନାହିଁ । ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ୧୮ ଜିଲ୍ଲା ୮୬୨ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ଆବଶ୍ୟକ ହେଲେ ସାଢ଼େ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା ।

ବାତ୍ୟା ଉପକୂଳଠାରୁ ୧୫୦ରୁ ୨୦୦ କିଲୋମିଟର ଦୂରରେ ଗତି କରିବାର ସମ୍ଭାବନା ଥିବାରୁ ସ୍ଥଳଭାଗରୋ ପବନର ତୀବ୍ରତା ଏତେଟା ଅନୁଭୂତ ହୋଇନପାରେ । ୧୦ ତାରିଖରୁ ପବନର ବେଗ କମିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ସମୁଦ୍ର ଅଶାନ୍ତ ଥିବାରୁ ପାରାଦୀପ, ଗୋପାଳପୁର, ଚାନ୍ଦବାଲି ଓ ପୁରୀ ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।

Also Read  ବଲିଉଡର ମହାନ କଳାକାର ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

LEAVE A REPLY

Please enter your comment!
Please enter your name here