ଗ୍ଲାମରସ ଅନ୍ଦାଜ୍‌ରେ ଫଟୋ ସୁଟ୍‌ କଲେ ସାମନ୍ଥା, କହିଲେ-ପୂର୍ବରୁ ଏସବୁ କରିବାକୁ ସାହାସ କରି ପାରୁନଥିଲି

0
821

ନୂଆଦିଲ୍ଲୀ : ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଯେତିକି ସୁନ୍ଦର ସେତିକି ଦକ୍ଷ । ଅନ୍ୟ ଅଭିନେତ୍ରୀ ମଧ୍ୟରୁ ସେ ଇଣ୍ଡଷ୍ଟ୍ରିରେ ପ୍ରମୁଖ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ନିକଟରେ ସାମନ୍ଥା ବଲିଉଡ୍‌ରେ ମଧ୍ୟ ପାଦ ଦେଇଛନ୍ତି ।ବର୍ତ୍ତମାନ ତାଙ୍କର କୌଣସି ପରିଚୟର ଆବଶ୍ୟକ ନାହିଁ । ପୁଷ୍ପାରେ ଆଇଟମ୍ ଗୀତ ପରେ ସାମନ୍ଥା ସବୁଆଡେ ଚର୍ଚ୍ଚାକୁ ଆସିଥିଲେ। ହେଲେ ଏବେ ତାଙ୍କର ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ପ୍ରତ୍ୟେକ ଥର ଭଳି ଏଭଳି ଏକ ଲୁକ୍‌ରେ ନଜର ଆସିଛନ୍ତି । ଯାହାକୁ ଦେଖିବା ପରେ ତାଙ୍କ ଫ୍ୟାନ୍ସମାନେ ଦିୱାନା ହୋଇଯାଇଛନ୍ତି ।

ନିକଟରେ ସାମନ୍ଥା ଏକ ମ୍ୟାଗାଜିନ୍‌ ପାଇଁ ଏକ ଫଟୋସୁଟ୍ କରିଛନ୍ତି । ଯାହାର ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ୍ ହୋଇଛି । ଏହା ମେ-ଜୁନ୍ ୨୦୨୨ରେ ଏକ ପପୁଲାର ମ୍ୟାଗାଜିନର କଭର ଗାର୍ଲ ହେବେ । ମ୍ୟାଗାଜିନ୍‌ର କଭର୍ ପେଜ୍ ପାଇଁ ସାମନ୍ଥା ଏହି ବୋଲ୍ଡ ଅନ୍ଦାଜ୍‌ରେ ପୋଜ୍ ଦେଇଛନ୍ତି । ସାମନ୍ଥା ତାଙ୍କ କ୍ୟାରିୟରକୁ ନେଇ ମଧ୍ୟ କଥା ହୋଇଛନ୍ତି । ତାଙ୍କର ଏହି କଭର ସୁଟରୁ ଏକ ଫଟୋ ସେୟାର କରି ସାମନ୍ତ ଲେଖିଛନ୍ତି, ମୁଁ ବିଶ୍ୱାସ କରେ କି ଅନେକ ପ୍ରୋଜେକ୍ଟରେ କାମ କରିସାରିଛି, ମୁଁ ବର୍ତ୍ତମାନ କହିପାରେ ଯେ ମୋର ଆତ୍ମବିଶ୍ୱାସ ଅଛି। ଏହା ସାଧାରଣତଃ ବୟସ ଏବଂ ପରିପକ୍ୱତା ସହିତ ଆସିଥାଏ।

ତାଙ୍କ କ୍ୟାରିୟରକୁ ନେଇ କହିଛନ୍ତି କି – ଦିନେ ଏପରି ଏକ ସମୟ ଥିଲା ଯେତେବେଳେ ସେ ନିଜ ଚର୍ମ ତଥା ତ୍ବଚାକୁ ନେଇ ଅସହଜ ମନେ କରୁଥିଲି। ହେଲେ ଏବେ ତାହାକୁ ନେଇ କିଛି ସମୟ ଲାଗିଥିଲା ମୁଁ ଆତ୍ମବିଶ୍ୱାସ ସହିତ ଭିନ୍ନ ଭିନ୍ନ ଭୂମିକା ନିଭାଏ । ସେକ୍ସି ଗୀତ ହେଉ କିମ୍ବା ହାର୍ଡକୋର ଆକ୍ସନ୍, ଯାହା ମୁଁ ପୂର୍ବରୁ କରିବାକୁ ସାହସ କରିନଥିଲି । ଏବେ ତାହା କରୁଛି ।

ସାମନ୍ଥାଙ୍କ କାମ ବିଷୟରେ କହିବାକୁ ଗଲେ, ତାଙ୍କ ପାଖରେ ଅନେକ ବଡ ବଡ ପ୍ରୋଜେକ୍ଟ ଅଛି । ଯେଉଁଥିରେ ‘ଶକୁନ୍ତଲାମ’ ଏବଂ ‘ଯଶୋଦା’ ଭଳି ଫିଲ୍ମ ଅଛି । ଏହା ବ୍ୟତୀତ ସେ ବିଜୟ ଦେବରାକୋଣ୍ଡାଙ୍କ ସହ ତାଙ୍କର ଆଗାମୀ ଫିଲ୍ମ ପାଇଁ ସୁଟିଂ କରୁଛନ୍ତି। ଏହି ଚଳଚ୍ଚିତ୍ରଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ । ଏହା ବ୍ୟତୀତ ସାମନ୍ତ ମଧ୍ୟ ବରୁଣ ଧାୱନଙ୍କ ସହ ମଧ୍ୟ ଏକ ଫିଲ୍ମରେ ନଜର ଆସିବେ।

Also Read  କାଲିଠୁ ବିଧାନସଭାର ଶୀତ ଅଧିବେଶନ : ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୁଲିସ ଡିଜି