ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କଲା ଆପ୍: ଜୁଲାଇ ୧ରୁ ମାଗଣାରେ ମିଳିବ ୩୦୦ ୟୁନିଟ ବିଜୁଳି

0
168

ଚଣ୍ଡୀଗଡ଼: ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାରଙ୍କ ପ୍ରଥମ ବଜେଟ୍ ସୋମବାର ବିଧାନସଭାରେ ଉପସ୍ଥାପିତ ହୋଇଛି। ଅନ୍ୟାନ୍ୟ ଘୋଷଣା ସହିତ ସରକାର ବଜେଟ୍ ମାଧ୍ୟମରେ ପ୍ରଥମ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ହରପାଲ ଚୀମା ବଜେଟ୍ ଉପସ୍ଥାପନ କରିବା ସମୟରେ ମାଗଣା ବିଦ୍ୟୁତ୍ ପ୍ରତିଶ୍ରୁତି ଦୋହରାଇଛନ୍ତି। ସେ କହିଛନ୍ତି ଯେ ଜୁଲାଇ ୧ରୁ ସମସ୍ତ ପରିବାରକୁ ୩୦୦ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି।

ଅର୍ଥମନ୍ତ୍ରୀ ହରପାଲ ଚୀମା ୧.୫୫ ଲକ୍ଷ କୋଟିର ବଜେଟ୍ ଉପସ୍ଥାପନ କରିଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ କୃଷି ଉପରେ ବଜେଟର ଧ୍ୟାନ କେନ୍ଦ୍ରିତ ହୋଇଛି। ମାଗଣା ବିଦ୍ୟୁତ୍ ଘୋଷଣା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ନିଜର ପ୍ରଥମ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ବଜେଟରେ ପଞ୍ଜାବର ପ୍ରତ୍ୟେକ ଘରକୁ ପ୍ରତି ମାସରେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଣ କରାଯିବ। ଜୁଲାଇ ୧ରୁ ଏହି ସୁବିଧା ଯୋଗାଇ ଦିଆଯିବ।

ତେବେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏପ୍ରିଲରେ କହିଥିଲେ ଯେ ପଞ୍ଜାବ ସରକାର ଜୁଲାଇ ୧ରୁ ରାଜ୍ୟର ପ୍ରତ୍ୟେକ ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କୁ ମାସକୁ ୩୦୦ୟୁନିଟ୍ ମାଗଣା ବିଦ୍ୟୁତ ପ୍ରଦାନ କରିବେ। ଦିଲ୍ଲୀ ପରେ ପଞ୍ଜାବ ହେଉଛି ଦ୍ୱିତୀୟ ରାଜ୍ୟ, ଯେଉଁଠାରେ ଆମ୍ ଆଦମୀ ପାର୍ଟି ମାଗଣା ବିଦ୍ୟୁତ ଯୋଗାଉଛି। ବିଧାନସଭା ନିର୍ବାଚନ ସମୟରେ ମାଗଣା ବିଦ୍ୟୁତ୍ ଦଳର ଏକ ପ୍ରମୁଖ ପ୍ରତିଶ୍ରୁତି ଥିଲା। ଗତ ବର୍ଷ ଜୁନରେ ହେବାକୁ ଥିବା ନିର୍ବାଚନ ପ୍ରଚାର ସମୟରେ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏହା ପ୍ରତିଶ୍ରୁତି ଦେଇଥିଲେ।

Also Read  ଭାଷା ଯାହା ବି ହେଉ, ଆମର ସଂସ୍କୃତି ହେଉଛି ଭାରତୀୟ : ସମୀର ମହାନ୍ତି

LEAVE A REPLY

Please enter your comment!
Please enter your name here