କ୍ୟାନ୍‌ସର ସନ୍ଦେହରେ ଘରୁ ତଡ଼ିଦେଲେ ଶାଶୁ ଘର ଲୋକେ, ମାନସିକ ଚାପରେ ଜୀବନ ହାରିଲେ ନବବଧୂ

0
722
newly-married-bride-allegdly-commits-suicide-in-bhubaneswar

ଭୁବନେଶ୍ୱର: କ୍ୟାନସର ସନ୍ଦେହରେ ଶାଶୂଘର ଲୋକେ ନବବଧୂକୁ ଘରୁ ତଡ଼ିଦେଲେ । ମାତ୍ର ପରେ ଏହା କ୍ୟାନ୍ସର ନୁହେଁ, ବରଂ ତାଙ୍କ ଦାନ୍ତ ବିନ୍ଧା ହେଉଥିବା ନେଇ ପରେ ଜଣାପଡିଥିଲା । ଏହା ଜାଣିବା ସତ୍ତ୍ୱେ ଶାଶୁ ଘର ଲୋକେ ଆଉ ଧରାଛୁଆଁ ଦେଇ ନଥିଲେ। ଓଲଟି ମଧ୍ୟସ୍ଥିକୁ ଡାକି ବୋହୂକୁ ସେମାନେ ଆଉ ଘରକୁ ଆଣିବେ ନାହିଁ ବୋଲି ସଫା ସଫା କହି ଦେଇଥିଲେ। ଫଳରେ ମାନସିକ ଚିନ୍ତାରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ନବବଧୂ । ଏପରି ଏକ ଦୁଃଖଦ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ।

ମୃତ ନବବଧୂ ହେଲେ ନିଆଳିର ପ୍ରଜ୍ଞା ପରମିତା ସ୍ୱାଇଁ । ଏ ନେଇ ଥାନାରେ ଭାଇ ଆଣିଲେ ଶାରିରୀକ ନିର୍ଯାତନା ଅଭିଯୋଗ । କ୍ୟାନସର ସନ୍ଦେହରେ ବାହାର କରିଥିଲେ ମଧ୍ୟ ପରେ ଏହା ଦାନ୍ତ ରୋଗ ବୋଲି ଜଣାପଡ଼ିଥିଲା । ମାନସିକ ଚିନ୍ତାରେ ବେକରେ ରଶି ଲଗାଇ ପ୍ରଜ୍ଞା ଆତ୍ମହତ୍ୟା କରିଥିବା ସୂଚନା ରହିଛି । ପ୍ରଜ୍ଞାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି । ୨୦୨୨ ଜୁନ ୮ ତାରିଖରେ ବିବାହ କରିଥିଲେ ପ୍ରଜ୍ଞା । ବିବାହର ମାତ୍ର ୧୨ ଦିନ ଭିତରେ ପ୍ରଜ୍ଞାଙ୍କୁ କ୍ୟାନସର ହୋଇଛି ବୋଲି କହି ତାଙ୍କ ଶାଶୁ ଓ ନଣଦ ନିର୍ଯାତନା ଦେଇଥିଲେ। ଏହା ସହିତ ତାଙ୍କ ଶାଶୁ ଆମକୁ ଫୋନ୍ କରି ତୁମ ଝିଅକୁ ତୁମେ ନେଇ ଯାଅ ବୋଲି କହିଥିଲେ। ଆମ ଭଉଣୀଙ୍କୁ ସେମାନେ ରୋଗୀଣା ବୋଲି କହିଥିଲେ। ବଡ଼ ଭାଇ ପ୍ରିୟବତ ସ୍ୱାଇଁ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ଦେଇଥିବା ଏତଲାରେ ଏହା ଦର୍ଶାଇଛନ୍ତି ।

Also Read  Kidnapped Man Rescued in Cuttack