ରାଜ୍ୟଗୋଷ୍ଠୀ କ୍ରୀଡା: ବକ୍ସିଂରେ ଭାରତକୁ ଦୁଇ ସ୍ୱର୍ଣ୍ଣ, ମହିଳା ହକି ଟିମକୁ ବ୍ରେଞ୍ଜ ପଦକ

0
168
commonwealth-games

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ରେ ଦମ୍‌ ଦେଖାଉଛନ୍ତି ଭାରତୀୟ ଖେଳାଳି । ଆଜି ବକ୍ସିଂରେ ଦୁଇଟି ସ୍ୱର୍ଣ୍ଣ ପଦକ ଆଣିଛି ଭାରତ । ମହିଳା ବକ୍ସିଂରେ ଗୋଲ୍‌ଡ ମେଡାଲ୍‌ ଜିତିଛନ୍ତି ନୀତୁ ଘନଘସ୍‌ । ସେ ୪୫-୪୮ କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି । ରୋମାଞ୍ଚକର ମ୍ୟାଚ୍‌ରେ ଇଂଲଣ୍ଡର ପ୍ରତିଯୋଗୀଙ୍କୁ ହରାଇଲେ ନୀତୁ ଘନଘସ । ଏହାର କିଛି ସମୟ ପରେ ଅମିତ ପଙ୍ଘଲ ଭାରତକୁ ବକ୍ସିଂରେ ଦ୍ବିତୀୟ ସ୍ବର୍ଣ୍ଣ ଦେଇଛନ୍ତି । ଅମିତ ୪୮-୫୧ ବର୍ଗରେ ଇଂଲଣ୍ଡର କାଇରନ ମାକଡୋନାଲ୍ଡଙ୍କୁ ୫-୦ରେ ହରାଇ ସ୍ବର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି । ନିତୁ ଓ ଅମିତଙ୍କ ପଦକୁ ମିଶାଇ ଭାରତ ୧୫ ଗୋଲ୍ଡ ମେଡାଲ ସହ ମୋଟ ୪୩ ପଦକ ହାସଲ କରିଛି ।

ସେହିପରି ମହିଳା ହକି ଟିମ୍ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଛି । ସେମିଫାଇନାଲରେ ହାରିବା ପରେ ଭାରତୀୟ ମହିଳା ଟିମ୍ ବ୍ରୋଞ୍ଜ ପଦକ ଲଢେଇରେ ନ୍ୟୁଜଲାଣ୍ଡକୁ ଭେଟିଥିଲା । ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ଭଭୟ ଦଳ ଗୋଟିଏ ଲେଖାଏଁ ଗୋଲ ଦେବାକୁ ସକ୍ଷମ ହୋଇଥିଲେ । ପରେ ସୁଟ ଆଉଟ ହୋଇଥିଲା । ଯେଉଁଥିରେ ଭାରତ ୨-୧ରେ ଜିତି ବ୍ରୋଞ୍ଜ ପଦକ ନିଜ ନାଁରେ କରିଛି ।

Also Read  Covid-19 in India: 20,799 cases & 26,718 recoveries in 24 hours

LEAVE A REPLY

Please enter your comment!
Please enter your name here