ଉତ୍ତରାଖଣ୍ଡରେ ୬ ରେଲ୍‌ୱେ ଷ୍ଟେସନ୍‌, ଧର୍ମପୀଠରେ ବିସ୍ଫୋରଣ କରିବାକୁ ଚିଠିରେ ଧମକ; ପୁଲିସ ସଜାଗ

0
401

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ଥିବା ରେଳ ଷ୍ଟେସନ୍‌ଗୁଡ଼ିକ ମଧ୍ୟରୁ କେତୋଟିକୁ ବୋମା ବିସ୍ଫୋରଣ କରି ନଷ୍ଟ କରିଦିଆଯିବ ବୋଲି ରୁର୍‌କି ରେଲ୍‌ୱେ ଷ୍ଟେସନ୍‌ର ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ ଇ-ମଲେ୍‌ରେ ଧମକ ଦିଆଯାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି। ମେ ୨୧ ତାରିଖ ଦିନ ଲକ୍ସର୍‌, ନାଜିବାବାଦ, ଡେରାଡୁନ୍‌, ରୁର୍କି, ଋଷିକେଶ, ହରିଦ୍ବାର ଆଦି ୬ଟି ରେଳବାଇ ଷ୍ଟେସନ୍‌ ଏବଂ ଅନ୍ୟାନ୍ୟ ଧର୍ମପୀଠରେ ବୋମା ବିସ୍ଫୋରଣ କରାଯିବ ବୋଲି ମେ ୭ ତାରିଖ ସନ୍ଧ୍ୟାରେ ସୁପରିଣ୍ଟେଣ୍ଡେଣ୍ଟ୍‌ ପାଇଥିବା ଉକ୍ତ ପତ୍ରରେ ଉଲ୍ଲେଖ ଅଛି।

ଇ-ମେଲ୍‌ ପଠାଇଥିବା ବ୍ୟକ୍ତିଜଣକ ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍‌-ଏ-ମହମ୍ମଦ୍‌’ର ଆଞ୍ଚଳିକ କମାଣ୍ଡର୍‌ ବୋଲି ପରିଚୟ ଦେଇଛନ୍ତି। ତାଙ୍କର ନାମ ସଲିମ୍‌ ଅନ୍‌ସାରି ବୋଲି ଉତ୍ତରାଖଣ୍ଡ ପୁଲିସ ମହାନିର୍ଦେଶକ ଅଶୋକ କୁମାର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବିଗତ ୨୦ ବର୍ଷ ହେବ ମାନସିକ ବିକାରଗସ୍ତ ଜଣେ ବ୍ୟକ୍ତି ଏଭଳି ଧମକ-ଚିଠି ପଠାଉଛନ୍ତି। ତଥାପି, ସତର୍କତା ଅବଲମ୍ବନ କରାଯାଉଛି।

Also Read  ୟୁକ୍ରେନ ଫେରନ୍ତା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଭରସା ଦେଲେ ମୁଖ୍ୟମନ୍ତ୍ରୀ