ଆଜିଠୁ ଏସସିବିରେ ଓପିଡି ରୋଗୀ ସେବା ଟିକେଟ ପାଇଁ ଆରମ୍ଭ ହେଲା ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା

0
390
online-registration-system-for-opd-patient-has-been-launched-at-scb-from-today

କଟକ: ଏଣିକି ଆଉ ଠିଆ ହେବାକୁ ପଡ଼ିବନି ଘଣ୍ଟା ଘଣ୍ଟା ଧରି ଲମ୍ଵା ଲାଇନ୍‌ରେ। ଆଜିଠାରୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ବର୍ହିବିଭାଗ ପାଇଁ ଅନ୍‌ଲାଇନ୍‌ ସ୍ଲଟ୍‌ ବୁକିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି। କଟକ ଏସସିବି ମେଡିକାଲର ପ୍ରିନ୍ସିପାଲ (ଡିନ୍) ପ୍ରଶନଜିତ ମହାନ୍ତିଙ୍କ ଦ୍ଵାରା ଏହି ଅନଲାଇନ୍ ସେବା ଆରମ୍ଭ ହୋଇଛି। www.eswasthya.odisha.gov.in ପୋର୍ଟାଲକୁ ଯାଇ ରୋଗୀମାନେ ଅନ୍‌ଲାଇନ୍‌ ମାଧ୍ୟମରେ ଓପିଡି ଟିକେଟ୍‌ ରେଜିଷ୍ଟ୍ରେସନ୍‌ର ସୁବିଧା ପାଇପାରିବେ। ଘରେ ବସି ଯେକୌଣସି ବିଭାଗର ଡାକ୍ତରଙ୍କୁ ଦେଖାଇବା ପାଇଁ ପଞ୍ଜିକରଣ କରିପାରିବେ। 7 ଦିନ ପାଇଁ ଆବଶ୍ୟକ ଅନୁଯାୟୀ ଟିକେଟ ବୁକିଂ କରି ହେବ । ରାତି 12ଟାରୁ ବୁକିଂ ସହ ଲୋକଙ୍କ ପାଇଁ ଅଫଲାଇନ ଟିକେଟ ବୁକିଂ ଜାରି ରହିବ ।

ତେବେ ପୋର୍ଟାଲରେ ପଞ୍ଜିକରଣ କରି ପ୍ରିଣ୍ଟ ଆଉଟ୍ ବାହାର କରି ନଥିଲେ ସେମାନେ କାଉଣ୍ଟରକୁ ଆସି ହାର୍ଡ କପି ନେଇପାରିବେ। ଏସସିବିରେ ଏବେ ମୋଟ ୨୦ଟି ଅଫ୍‌ଲାଇନ ଓପିଡ଼ି କାଉଣ୍ଟର ରହିଛି। ଏଠାରେ ଦୈନିକ ୭ ରୁ ୮ ହଜାର ଅଫ୍‌ଲାଇନ ଟିକେଟ୍ କଟାଯାଏ। ଦୈନିକ ପ୍ରତି କାଉଣ୍ଟରରେ ହାରାହାରି ୪୦୦ ବ୍ୟକ୍ତିଙ୍କର ଟିକେଟ କଟାଯାଇଥାଏ। ଏହି ଅନଲାଇନ୍ ସେବା ଆରମ୍ଭ ହେବା ପରେ ଅଫଲାଇନ୍ ଭିଡ଼ କମିବ ବୋଲି ଆଶା କରାଯାଉଛି। ଏହି ବ୍ୟବସ୍ଥାକୁ ସର୍ବସାଧାରଣରେ ସ୍ଵାଗତ କରାଯାଇଛି।

Also Read  BJD leaders demand action against MP Sasmit Patra for creating confusion over Waqf Bill voting