ଆମେରିକୀୟ ଡଲାର ତୁଳନାରେ ସର୍ବନିମ୍ନ ସ୍ତରକୁ ଖସିଲା ଭାରତୀୟ ମୁଦ୍ରା

0
482
indian-rupee-falls-to-all-time-low-against-us-dollar

ନୂଆଦିଲ୍ଲୀ: ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି । ଏନେଇ କଂଗ୍ରେସ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛି । ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୫୧ ପଇସା ହ୍ରାସ ପାଇ ସର୍ବନିମ୍ନ ସ୍ତରକୁ ଖସିଛି। ଏବେ ଅନ୍ତର୍ଜାତୀୟ ବଜାରରେ ଏକ ଡଲାରର ମୂଲ୍ୟ ହେଉଛି ୭୭.୪୧ ଟଙ୍କା ​​|

ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ୱିଟ୍ କରି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି, ଭାରତ ଇତିହାସରେ ଆଜି ଭାରତୀୟ ଟଙ୍କା ଆଇସିୟୁରେ । ମୋଦି ସରକାରଙ୍କୁ କଟାକ୍ଷ କରି ସେ ଲେଖିଛନ୍ତି ଯେ ଭାରତୀୟ ଟଙ୍କା ବହୁପୂର୍ବରୁ ମାର୍ଗଦର୍ଶକ ବୋର୍ଡର ବୟସ ଅତିକ୍ରମ କରିସାରିଛି । ସେ ତେଲର ମୂଲ୍ୟ ବୃଦ୍ଧି ବିଷୟରେ ମଧ୍ୟ ଉଲ୍ଲେଖ କରି କହିଛନ୍ତି ଯେ ମୋଦି ଥିଲେ ସବୁ ସମ୍ଭବ ।

ଟଙ୍କାର ମୂଲ୍ୟ ହ୍ରାସ ନେଇ କଂଗ୍ରେସ ଦଳ ମଧ୍ୟ ଅଫିସିଆଲ୍ ଟୁଇଟର ହ୍ୟାଣ୍ଡେଲରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ଏବଂ ମୋଦି ସରକାରଙ୍କ ଭୁଲ ନୀତି ଯୋଗୁଁ ଦେଶର ଅର୍ଥନୀତି ରସାତଳଗାମି ହୋଇଛି ବୋଲି କହିଛି। ତୈଳଦର ବୃଦ୍ଧି ଏବଂ ଷ୍ଟକ୍ ମାର୍କେଟରେ ମାନ୍ଦାବସ୍ଥା ସମ୍ପର୍କରେ ମଧ୍ୟ କଂଗ୍ରେସ ଉଲ୍ଲେଖ କରିଛି ।

Also Read  Smt. Maneka Sanjay Gandhi urges schools to strictly observe Guidelines for Eliminating Corporal Punishment