୧୩ ବର୍ଷ ପରେ ବହୁଚର୍ଚ୍ଚିତ ପ୍ରମୋଦିନି ରାଉଳଙ୍କୁ ଏସିଡ୍‌ ମାଡ଼ ଘଟଣାରେ ଆସିଲା ରାୟ; ୨ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ

0
371
acid-attack-on-pramodini-roul case 14-year-prison-to-2-acid-attacked-accused

ଜଗତସିଂହପୁର: ୨୦୦୯ ମସିହାରେ ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉଳଙ୍କୁ ହୋଇଥିବା ଏସିଡ ମାଡ଼ ମାମଲାରେ ଆଜି ଜଗତସିଂହପୁର କୋର୍ଟରେ ରାୟ ପ୍ରକାଶ ପାଇଛି । ହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ଓ ତାର ସହଯୋଗୀ ଅନୀଲ ଦଳସିଂହ ରାୟ ଙ୍କୁ ମାନ୍ୟବର କୋର୍ଟ ୧୪ ବର୍ଷର ସଶ୍ରମ କାରାଦଣ୍ଡ ସହିତ ୧୫ ହଜାର ଟଙ୍କା ର ଜୋରିମାନା ରେ ଦଣ୍ଡିତ କରିଛନ୍ତି।

ଏକତରଫା ପ୍ରେମକୁ ନେଇ ପ୍ରମୋଦିନୀଙ୍କୁ ଆକ୍ରମଣ ହୋଇଥିଲା । ୨୦୧୭ରୁ ଗିରଫ ହୋଇ ଉଭୟ ଜେଲରେ ଥିଲେ । ସୂଚନା ଅନୁସାରେ ଭଦ୍ରକ ଅଂଚଳର ପାରା ମିଲିଟାରୀରେ ଯବାନ ଭାବେ କାର୍ଯ୍ୟରତ ଥିବା ସନ୍ତୋଷ କୁମାର ବେଦାନ୍ତ ତାଙ୍କୁ ଏକତରଫା ପ୍ରେମ କରୁଥିଲେ । ପ୍ରେମର ବିଫଳ ହେବାରୁ ପ୍ରମୋଦିନିକୁ ଏସିଡ଼ ମାଡ଼ କରି ଫେରାର ହୋଇଯାଇଥିଲେ । ଘଟଣା ଘଟାଇବା ପରେ ପୁନଶ୍ଚ ନିଜ ଚାକିରୀକୁ ଫେରିଯାଇଥିଲେ ।

ସୂଚନା ଅନୁଯାୟୀ ଗତ ୨୦୦୯ ମସିହା ଅପ୍ରେଲ ୧୮ ତାରିଖରେ ଜଣେ ପାରା ମିଲିଟାରୀ କର୍ମଚାରୀ ସନ୍ତୋଷ କୁମାର ବେଦାନ୍ତ ଏକତରଫା ପ୍ରେମରେ ବିଫଳ ହୋଇ ପ୍ରମୋଦିନିଙ୍କ ଉପରେ ଏସିଡ୍‌ ମାଡ଼ କରିଥିଲା। ଏହି ମାମଲାକୁ ୨୦୧୨ ମସିହାରେ ପୋଲିସ ତରଫରୁ ବନ୍ଦ କରି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ୨୦୧୭ ମସିହାରେ ତତ୍କାଳୀନ ଏସପି ଜୟ ନାରାୟଣ ପଙ୍କଜ ଏହି କେସ କୁ ରି-ଓପନ କରିଥିଲେ। ଯାହାର ଆଜି ଜଗତସିଂହପୁର ମହିଳା କୋର୍ଟଙ୍କ ତରଫରୁ ରାୟ ପ୍ରକାଶ କରାଯାଇଛି ।

Also Read  BJP lashes on BJD over farmer's suicide case in House; Speaker forcibly adjorns House proceedings for 1 hour