ଦେଶଦ୍ରୋହ ଆଇନ ଉପରେ ରହିତାଦେଶ ଜାରି କଲେ ସୁପ୍ରିମ୍ କୋର୍ଟ

0
632
SC issue-notice-to-uttar-pradesh-government on-bulldozer-drive

ନୂଆଦିଲ୍ଲୀ: ଆଜି ସୁପ୍ରିମ୍‌ କୋର୍ଟ ଦେଶଦ୍ରୋହ ଆଇନ ଉପରେ ରହିତାଦେଶ ଜାରି କରିଛନ୍ତି। ସମୀକ୍ଷା ଶେଷ ନ ହେବା ପର୍ଯ୍ୟନ୍ତ ଧାରା ‘୧୨୪ଏ’‌ରେ ଥିବା ଏହି ଆଇନ ବଳରେ କୌଣସି ମାମଲା ରୁଜୁ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌ କ‌ୋର୍ଟ କହିଛନ୍ତି।

ଉପଯୁକ୍ତ କାରଣ ଅଛି ବୋଲି ଯଦି ଜଣେ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ପାହ୍ୟାର ଅଧିକାରୀ କହନ୍ତି, ତେବେ ଯାଇ ଦେଶଦ୍ରୋହ ଅଭିଯୋଗର ‘ଏଫ୍‌ଆଇଆର୍‌’ ପଞ୍ଜୀକରଣ କରାଯାଇ ପାରିବ ବୋଲି ଆଜି ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟା ଆଜି ଏହି ମାମଲାର ଶୁଣାଣି ବେଳେ ସୁପ୍ରମ୍‌ କୋର୍ଟଙ୍କୁ କହିଛନ୍ତି।

ଦେଶଦ୍ରୋହ ଆଇନ ମାମଲା ଶୁଣାଣି କରୁଥିବା ସୁପ୍ରିମ୍‌ କୋର୍ଟଙ୍କୁ ସେ ଆହୁରି ମଧ୍ୟ କହିଛନ୍ତି, ଆଇନର ପୁନର୍ବିଚାର ପାଇଁ କେନ୍ଦ୍ର ସରକାର ଚିଠା ପ୍ରସ୍ତୁତ କରିଛନ୍ତି।

କେନ୍ଦ୍ର ସରକାର ଦେଶଦ୍ରୋହ ଆଇନ ପୁନର୍ବିଚାର ପ୍ରକ୍ରିୟା କରୁଛନ୍ତି ବୋଲି ମଙ୍ଗଳବାର ଦିନ ତୁଷାର ମେହେଟା ସୁପ୍ରିମ୍‌ କୋର୍ଟଙ୍କୁ କହିଥିଲେ। ମେହେଟା ଯୁକ୍ତି ବାଢ଼ିଥିଲେ, ଧର୍ତ୍ତବ୍ୟ ଅପରାଧ କ୍ଷେତ୍ରରେ ସାମ୍ବିଧାନିକ ଅଦାଲତ ତଦନ୍ତ ଉପରେ ରହିତାଦେଶ ଜାରି କରିବା ଅନୁଚିତ। ନ୍ୟାୟିକ କର୍ତ୍ତୃପକ୍ଷଙ୍କର ଜଣେ ଦାୟିତ୍ବସମ୍ପନ୍ନ ବରିଷ୍ଠ ଅଧିକାରୀଙ୍କଦ୍ବାରା ମାମଲାର ଯାଞ୍ଚ କରାଯାଉ।

ଦେଶଦ୍ରୋହ ଆଇନ ସଂକ୍ରାନ୍ତରେ ଉଲ୍ଲେଖ କରି ପଡ଼ିରହିଥିବା ମାମଲାଗୁଡ଼ିକ ବିଷୟରେ କହିବାକୁ ଯାଇ ସେ କହିଲେ, ଏହା ହେଉଛି ଗୋଟାଏ ଧର୍ତ୍ତବ୍ୟ ଅପରାଧ। ପଡ଼ିରହିଥିବା ପ୍ରତି ଅପରାଧର ଗୁରୁତ୍ବ ବିଷୟରେ ଆମେ ଜାଣିନାହୁଁ। ଆତଙ୍କବାଦ, କଳାଟଙ୍କା ଧଳା କରିବା ଅଥବା ଅନ୍ୟ କୌଣସି ଅପରାଧ ଥାଇ ପାରେ।

ଉଲ୍ଲେଖଯୋଗ୍ୟ, ଦେଶଦ୍ରୋହ ଆଇନର ବୈଧ୍ୟତାକୁ ଚାଲେଞ୍ଜ୍‌ କରି ଆଗତ ଏକ ପିଟିସନ୍‌ର ସୁପ୍ରିମ୍‌ ଶୁଣାଣି କରୁଛନ୍ତି। କେତେକ ସରକାର ଏହି ଆଇର ଅପବ୍ୟବହାର କରି ରାଜନୈତିକ ଫାଇଦା ହାସଲ କରୁଛନ୍ତି ବୋଲ କୁହାଯାଉଛି। ସେଥିପାଇଁ ଏହି ଆଇନକୁ ସର୍ବସାଧାଣରେ ବିଶ୍ଳେଷଣ କରାଯାଉଛି।

ମହାତ୍ମା ଗାନ୍ଧୀଙ୍କୁ ଚୁପ୍‌ କରାଇବାକୁ ଉପନିବେଶ ଅମଳରେ ବ୍ରିଟିସ୍‌ ସରକାର ବ୍ୟବହାର କରୁଥିବା ଏହି ଆଇନଙ୍କୁ କାହିଁକି ଉଚ୍ଛେଦ କରାଯାଇ ନାହିଁ ବୋଲି ୨୦୨୧ ଜୁଲାଇରେ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଥିଲେ।

Also Read  ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ବାହାଘର