ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାଏଦ ଅଲ ନାହୟାନଙ୍କ ପରଲୋକ, ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା

0
412
UAE-president-sheikh-khalifa-bin-zayed-al-nahyan-has-passes-away

ଆବୁଧାବି: ୟୁଏଇର ରାଷ୍ଟ୍ରପତି ସେଖ ଖଲିଫା ବିନ ଜାୟଦ ଅଲ ନାହୟାନଙ୍କ ପରଲୋକ । ଏନେଇ ୟୁଏଇର ସରକାରୀ ଗଣମାଧ୍ୟମ ଡବ୍ଲୁଏଏମ ସୂଚନା ଦେଇଛି । ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଛି । ଶେଖ ଖଲିଫା ୨୦୦୪ ନଭେମ୍ବର ୩ରେ ୟୁନାଇଡେଟ ଆରବ ଏମିରେଟସରର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଥିଲେ । ଏହା ସହ ଆବୁଧାବିର ଶାସନ କ୍ଷମତା ମଧ୍ୟ ତାଙ୍କ ହାତରେ ରହିଥିଲା । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ଶେଖ୍ ଖୋଲିବା ଗତ କିଛି ବର୍ଷ ଧରି ଅସୁସ୍ଥ ଥିଲେ। ରାଷ୍ଟ୍ରପତିଙ୍କ ବିୟୋଗରେ ଦେଶରେ ୪୦ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ସେହିଭଳି ୟୁଏଇର ଜାତୀୟ ପତାକାକୁ ଅର୍ଦ୍ଧନିମିତ ରଖାଯାଇଛି । ଦେଶର ସମସ୍ତ ମନ୍ତ୍ରାଳୟ, ବିଭାଗ, ସଂଘୀୟ ଓ ସ୍ଥାନୀୟ ସଂସ୍ଥାନକୁ ବନ୍ଦ କରାଯାଇଛି ।

ଶେଖ ଖଲିଫା ୨୦୧୯ରେ ଚତୁର୍ଥ ଥର ପାଇଁ ୟୁଏଇ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ | ୟୁଏଇର ସୁପ୍ରିମ କାଉନସିଲ ତାଙ୍କୁ ପୁଣିଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଥିଲା। ସେ ୧୮ ବର୍ଷ ଧରି ଦେଶର ଶାସନ ଭାର ସମ୍ଭାଳୁଥିଲେ | ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଭାବେ ଶେଖ ଖଲିଫା ୩ ନଭେମ୍ବର ୨୦୦୪ ରୁ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ଉତ୍ତରାଧିକାରୀ ଭାବରେ ଶେଖ ଖଲିଫା ମନୋନୀତ ହୋଇଥିଲେ।

Also Read  ରାଜ୍ୟରେ ସାମାନ୍ୟ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୭୨ ଜଣ ପଜିଟିଭ