‘କଭି ଇଦ୍ କଭି ଦିୱାଲି’ ଫିଲ୍ମରୁ ସଲମାନଙ୍କ ପୋଷ୍ଟର ଆଉଟ୍, ଦମଦାର୍ ଲୁକ୍‌ରେ ନଜର ଆସିଲେ ଭାଇଜାନ୍

0
602

ନୂଆଦିଲ୍ଲୀ : ସଲମାନ ଖାନ ତାଙ୍କର ଆଗାମୀ ଫିଲ୍ମ ‘କଭି ଇଦ୍ କଭି ଦିୱାଲି’ ଘୋଷଣା କରିବା ଦିନଠାରୁ ଫ୍ୟାନ୍ସ ଉତ୍ସାହିତ ଅଛନ୍ତି। ଏହି ଫିଲ୍ମରେ ପୂଜା ହେଗଡେ ଏବଂ ଆୟୁଷ ଶର୍ମା ସଲମାନଙ୍କ ସହ ନଜର ଆସିବେ। ବର୍ତ୍ତମାନ ସଲମାନ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି ଏବଂ ଫିଲ୍ମରୁ ତାଙ୍କର ପ୍ରଥମ ଲୁକ୍ ମଧ୍ୟ ରିଲିଜ୍ ହୋଇଛି। ଯେଉଁ ଲୁକରେ ସଲମାନ ଦେଖାଯାଉଛନ୍ତି, ତାହା ବହୁତ ଆକର୍ଷଣୀୟ। ତେବେ ଏଥିରେ ସଲମାନଙ୍କ ଚେହେରା ସମ୍ପୂର୍ଣ୍ଣ ରୂପେ ଦୃଶ୍ୟମାନ ହେଉନାହିଁ। କିନ୍ତୁ ତାଙ୍କ କେଶ ଲମ୍ବା ଦେଖାଯାଉଛି। ସେ ହାତରେ ଏକ ରଡ୍ ଧରିଛନ୍ତି। ପୋଷ୍ଟର ଦେଖିବା ପରେ ଫ୍ୟାନ୍ସ ଆହୁରି ଉତ୍ସାହିତ ହୋଇଯାଇଛନ୍ତି।

ପୋଷ୍ଟର ସେୟାର କରି ସଲମାନ ଲେଖିଛନ୍ତି, ‘ନୂଆ ଫିଲ୍ମର ସୁଟିଂ ଆରମ୍ଭ।’ ପୋଷ୍ଟରକୁ ଦେଖିଲେ ଅନୁମାନ କରାଯାଉଛି ଫିଲ୍ମରେ ସଲମାନ ବହୁତ ଆକ୍ସନ୍ କରୁଥିବା ଦେଖାଯିବ। ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟ୍ ପର୍ଯ୍ୟନ୍ତ ଏହି ପୋଷ୍ଟରରେ ପ୍ରେମ ବ୍ୟକ୍ତ କରୁଛନ୍ତି। ଅନ୍ୟପକ୍ଷେ ପୂଜା ହେଗଡେ ମଧ୍ୟ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ସଲମାନଙ୍କ ବ୍ରେସଲେଟ୍ ଧରିଛନ୍ତି। ଫଟୋ ସେୟାର କରି ପୂଜା ଲେଖିଛନ୍ତି, ‘ସୁଟିଂ ଆରମ୍ଭ ହୋଇଛି।’ ଆୟୁଷ ମଧ୍ୟ ଖୁବ୍ ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ କରିବେ। ତାଙ୍କ ଜେଜେବାପାଙ୍କର କିଛି ଦିନ ପୂର୍ବରୁ ଦେହାନ୍ତ ହୋଇଥିବାରୁ ସେ ବର୍ତ୍ତମାନ ପରିବାର ସହିତ ହିମାଚଳରେ ଅଛନ୍ତି।

Also Read  ୟୁକ୍ରେନ ସୀମା ରେ ଯୁଦ୍ଧ ପରିସ୍ଥିତି: ୟୁକ୍ରେନ ଛାଡିବା ପାଇଁ ବହୁ ଦେଶ ସେମାନଙ୍କ ନାଗରିକ ଙ୍କୁ ପରାମର୍ଶ ଦେଲେ