ସମ୍ବଲପୁରର ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଗିରଫ

0
633
vigilance raid

ଭୁବନେଶ୍ବର: ଗିରଫ ହେଲେ ସମ୍ବଲପୁରର ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା । ଜଣେ ସରକାରୀ ଅଧିକାରୀଙ୍କ ମାମଲା ରଫାଦଫା କରିବାକୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତକାଲି ଭିଜିଲାନ୍ସ ହାତରେ ଧରାପଡିଥିଲେ ମାନସୀ ଜେନା । ଲାଞ୍ଚ ନେବା ବେଳେ ଧରାପଡିବା ପରେ ଏକାଥରେ ୪ଟି ସ୍ଥାନ ସମ୍ବଲପୁର, ବରଗଡ ସୁନ୍ଦରଗଡ ଓ ଭୁବନେଶ୍ବରରେ ଦୁଇ ଜଣ ଭିଜିଲାନ୍ସ ଡିଏସପି ଓ ଦୁଇ ଏସପିଙ୍କ ତତ୍ତ୍ବାବଧାନରେ ଖୋଳତାଡ ହୋଇଥିଲା ।

ଇନ୍ସପେକ୍ଟର ମାନସୀ ଜେନାଙ୍କଠାରୁ ଲାଞ୍ଚ ଅର୍ଥ ଜବତ କରିବା ପରେ ଇଣ୍ଟରନାଲ ଭିଜିଲାନ୍ସ ୟୁନିଟ୍ ତାଙ୍କର ଅଫିସ୍ ଓ ବାସଭବନ ଆଦି ସ୍ଥାନରେ ଚଢ଼ାଉ କରିଥିଲା। ସେହିପରି ମୁକେଶ ସାହୁଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଆଜି ମାନସୀଙ୍କୁ ଭିଜିଲାନ୍ସ ଗିରଫ କରିଛି।

Also Read  ହକି ଇଣ୍ଡିଆର ମୁଖ୍ୟ ନରିନ୍ଦର ବାତ୍ରାଙ୍କ ବିରୋଧରେ ତଦନ୍ତ କରୁଛି ସିବିଆଇ, ଅଭିଯୋଗ କ’ଣ ?