ବହୁଚର୍ଚ୍ଚିତ ନିଠାରୀ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିକୁ ମୃତ୍ୟୁଦଣ୍ଡାଦେଶ, ମନିନ୍ଦର ସିଂଙ୍କୁ ଆଜୀବନ ଜେଲ

0
391
nithari-murder-case-special-cbi-court-has-sentenced-death-sentence-to-surender-koli

ନୋଏଡା: ନିଠାରୀ ହତ୍ୟା ମାମଲାରେ ରାୟ ଶୁଣାଇଛନ୍ତି ସିବିଆଇ କୋର୍ଟ । ସୁରେନ୍ଦ୍ର କୋଲିକୁ ମୃତ୍ୟୁଦଣ୍ଡ ମିଳିଥିବା ବେଳେ ମନିନ୍ଦର ସିଂ ପଣ୍ଢେରଙ୍କୁ ୭ ବର୍ଷର ସଜା ହୋଇଛି । ଆଇପିସିର ଧାରା ୩୦୨ରେ ସୁରେନ୍ଦ୍ରଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ବେଳେ ମନିନ୍ଦର ସିଂଙ୍କୁ ଅନୈତିକ ବ୍ୟାପାର ଅଧିନିୟମର ଧାରା ୫ ଅନୁଯାୟୀ ୭ ବର୍ଷର ସଜା ଶୁଣାଯାଇଛି । କୋର୍ଟ କୋଲିକୁ ୪୦ ହଜାର ଟଙ୍କା ଜରିମାନା ଲଗାଇଥିବା ବେଲେ ମନିନ୍ଦର ସିଂଙ୍କ ଉପରେ ୪ ହଜାରର ଅର୍ଥଦଣ୍ଡ ଲାଗିଛି । ଏହା ପୂର୍ବରୁ କୋର୍ଟ ମନିନ୍ଦରଙ୍କୁ ହତ୍ୟା, ଅପହରଣ ଓ ଦୁଷ୍କର୍ମ ଅଭିଯୋଗରୁ ମୁକ୍ତ କରିଥିଲେ ।

ନିଠାରୀ କାଣ୍ଡର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କୁ ବର୍ତ୍ତମାନ ସୁଦ୍ଧା ୧୩ ମାମଲାରେ ମୃତ୍ୟୁଦଣ୍ଡ ହୋଇସାରିଛି । ତେବେ ୩ ମାମଲାରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ତାକୁ ଦୋଷ ମୁକ୍ତ କରାଯାଇଛି । ରାଷ୍ଟ୍ରପତିଙ୍କ ଦ୍ୱାରା ଗୋଟିଏ ମାମଲାରେ ରାଜକ୍ଷମା ଖାରଜ ହେବା ପରେ ସୁରେନ୍ଦ୍ରକୁ ମେରଠରେ ଫାଶୀ ଦିଆଯିବାର ଥିଲା । ତେବେ ସୁପ୍ରିମକୋର୍ଟ ସେତେବେଳେ ଏହା ଉପରେ ରୋକ ଲଗାଇଥିଲେ । ସେହିଭଳି ହାଇକୋର୍ଟ ଗୋଟିଏ ମାମଲାରେ ଫାଶୀ ଆଦେଶକୁ ବଦଳାଇ ଆଜୀବନ ଜେଲ ଦଣ୍ଡାଦେଶ ଦେଇଥିଲେ । ସ୍ୱତନ୍ତ୍ର ସିବିଆଇ କୋର୍ଟ ଫାଶୀର ସଜା ଶୁଣାଇବା ପରେ କୋଲି ଏବଂ ପଣ୍ଢେରଙ୍କ ବିରୋଧରେ ଅଧିକାଂଶ ମାମଲା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ।

ଜାଣନ୍ତୁ କ’ଣ ଥିଲା ନିଠାରୀ ମାମଲା
୨୦୦୬ ମସିହା ଡିସେମ୍ବର ୨୯ରେ ଜାତୀୟ ରାଜଧାନୀ ଦିଲ୍ଲୀ ସଲଗ୍ନ ଉତ୍ତରପ୍ରଦେଶ ଗୌତମ ବୁଦ୍ଧ ନଗରରେ ନୋଏଡାର ନିଠାରୀ କେସ୍‌ ଉପରୁ ପର୍ଦ୍ଦା ହଟିଥିଲା। ସେ ସମୟରେ ସାରା ଦେଶରେ ନିଷ୍ଠୁର ମାମଲାର ଚର୍ଚ୍ଚା ଜୋର ଧରିଥିଲା। ନୋଏଡାର ନିଠାରୀ ଗାଁର କୋଠି ନମ୍ବର ଡି-୫ରେ ୧୯ ଶିଶୁ ଓ ମହିଳାଙ୍କ କଙ୍କାଳ ମିଳିଥିଲା। ଏହି ସବୁ ଶରୀର ଅବଶେଷକୁ ୪୦ଟି ପ୍ୟାକେଟରେ ଭରି ନାଳରେ ଭସାଇ ଦିଆଯାଇଥିଲା। ପରେ ପୋଲିସ ମାମଲାରେ ବ୍ୟବସାୟୀ ମନିନ୍ଦର ସିଂହ ପାନ୍ଧେର ଓ ତାର ଚାକର ସୁରିନ୍ଦର କୋଲିକୁ ଗିରଫ କରିଥିଲା।

ପରେ ମାମଲାର ତଦନ୍ତ ସିବିଆଇକୁ ଦିଆଯାଇଥିବା ବେଳେ ସୁରିନ୍ଦର କୋଲି ଉତ୍ତରାଖଣ୍ଡର ହୋଇଥିବା ବେଳେ ବ୍ୟବସାୟୀ ମନିନ୍ଦର ସିଂହ ପାନ୍ଧେରଙ୍କ ଘରେ କାମ କରୁଥିଲା। ୨୦୦୪ ମସିହାରେ ପାନ୍ଧେରଙ୍କ ପରିବାର ପଞ୍ଜାବ ଚାଲିଯିବା ପରେ ପାନ୍ଧେର ଓ ତାଙ୍କ ଚାକର ସୁରିନ୍ଦର କୋଲି ଘରେ ରହୁଥିଲେ। ସେତେବେଳେ ଉଭୟ ମହିଳା ଓ ଶିଶୁଙ୍କୁ ସେମାନଙ୍କ ଶିକାର ବନେଇଥିଲେ। ସେତେବେଳେ ନିଠାରୀ କାଣ୍ଡ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

Also Read  Engine detached from Bogies in Rourkela, Odisha: Action to be initiated by ECoR against erring employees for dereliction of duty