ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ହେବେ ମାଣିକ ଶାହା

0
465
mp manik-shah-will-become-next-cm-of-tripura

ଅଗରତଲା: ମାଣିକ ଶାହା ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ । ବିପ୍ଲବଙ୍କ ପରେ ତ୍ରିପୁରା ସରକାରର ମଙ୍ଗ ଧରିବେ ମାନିକ ଶାହା । ଆଜି ତ୍ରିପୁରାର ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଳବ କୁମାର ଦେବଙ୍କ ଇସ୍ତଫା ପତ୍ର ଦାଖଲ ହେବା ପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷିତ ହୋଇଛି । ତ୍ରିପୁରା ଭାଜପା ଅଧ୍ୟକ୍ଷ ତଥା ରାଜ୍ୟସଭା ସଂସଦ ମାଣିକ ଶାହଙ୍କୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ତଥା ପର୍ଯ୍ୟବେକ୍ଷକ ଭୁପେନ୍ଦ୍ର ଯାଦବ ଏବାବଦରେ ଘୋଷଣା କରିଛନ୍ତି ।

ବିପ୍ଲବ ଦେବଙ୍କ ଇସ୍ତଫା ପରେ ଅନେକ ନାଁକୁ ନେଇ ଚର୍ଚ୍ଚା ଚାଲିଥିଲା , ଯେଉଁଥିରେ ମାଣିକ ଶାହାଙ୍କ ନାଁ ମଧ୍ୟ ସାମିଲ ଥିଲା । ଶେଷରେ ସମସ୍ତ ନେତା ଶାହାଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରିଥିଲେ । ଏହାପରେ ଏବେ ସେ ଖୁବ୍‌ ଶୀଘ୍ର ଶପଥ ନେଇ ସିଏମ୍‌ ପଦ ସମ୍ଭାଳିବାକୁ ଯାଉଛନ୍ତି । ୨୦୨୦ରୁ ମାଣିକ ତ୍ରିପୁରା ବିଜେପିରେ ରାଜ୍ୟ ସଭାପତି ଅଛନ୍ତି। ୨୦୨୧ରେ ତ୍ରିପୁରାରେ ହୋଇଥିବା ପୌର ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରି ଅଧିକ ଆସନ ହାତେଇଥିଲା। ଏହି ବିଜୟର ଶ୍ରେୟ ମାଣିକ ଶାହାଙ୍କୁ ଦିଆଯାଉଛି। କାରଣ ମାଣିକ ଶାହାଙ୍କ ରଣନୀତିରେ ବିଜେପି ୧୩ଟି ପୌର ଆସନ ଅକ୍ତିଆର କରିଥିଲା।

Also Read  Tripura lynchings: CM warns law-breakers of stern action