ଯୁବକଙ୍କ ତଣ୍ଟିକାଟି ବିଭତ୍ସଭାବେ ହତ୍ୟା କଲେ ଦୁର୍ବୁତ୍ତ

0
1113
murder for property

ଗଞ୍ଜାମ: ଗାଁ ଦାଣ୍ଡରେ ଯୁବକକୁ ଜଘନ୍ୟ ହତ୍ୟା । ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗାଁରେ ବିକାଶ ସାହୁ ଓରଫ କାଉ ନାମକ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ତଣ୍ଟିକାଟି ବିଭତ୍ସଭାବେ ହତ୍ୟା କରିଛନ୍ତି ଦୁବୃର୍ତ୍ତ । ପୋଲସରା ଓ କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି । ହତ୍ୟା କରିବା ପରେ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ବିକାଶଙ୍କୁ କିଏ ଓ କାହିଁକି ହତ୍ୟା କଲା, ତାହା ଜଣାପଡ଼ିନଥିବା ବେଳେ, ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ମୃତ ବିକାଶ ନାଁରେ ପୂର୍ବରୁ ଅନେକ ମାମଲା ଥିବା ଜଣାପଡ଼ିଛି ।

Also Read  କଟକ ଜଗତପୁରରେ ନକଲି ମୄଦ୍ୟୁ ପାନୀୟ ଫ୍ୟାକ୍ଟ୍ରି ଉପରେ ଚଢାଉ : ନିମ୍ନମାନର ପାଣି ବ୍ୟବହାର ସହ କାଗଜପତ୍ର ଠିକ୍ ନଥିବା ସୂଚନା