ଦୁନିଆର ସବୁଠୁ ସୁନ୍ଦରୀ ମହିଳାଙ୍କୁ ଜନ୍ମଦିନର ଶୁଭେଚ୍ଛା, ମାଧୁରୀଙ୍କୁ ଏଭଳି ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ଶ୍ରୀରାମ

0
636

ନୂଆଦିଲ୍ଲୀ, ୧୫/୦୫ : ବଲିଉଡ୍‌ର ଧକ୍‌ଧକ୍ ଗାର୍ଲ ମାଧୁରୀ ଦିକ୍ଷୀତଙ୍କ ଆଜି ୫୫ତମ ଜନ୍ମଦିନ। ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ମାଧୁରୀଙ୍କ ଜନ୍ମଦିନରେ ତାଙ୍କ ସ୍ଵାମୀ ଡକ୍ଟର ଶ୍ରୀରାମ ନେନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀରାମ ଇନଷ୍ଟାଗ୍ରାମରେ ମାଧୁରୀଙ୍କ ଏକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ଦୁନିଆର ସବୁଠୁ ସୁନ୍ଦରୀ ମହିଳାଙ୍କୁ ହ୍ୟାପି ବାର୍ଥ ଡେ। ମୋ ପତ୍ନୀ, ମୋ ସୋଲମେଟ୍, ମୋ ବେଷ୍ଟ ଫ୍ରେଣ୍ଡ୍… ମୁଁ ତୁମକୁ ବହୁତ ଭଲ ପାଉଛି। ତେବେ ସ୍ଵାମୀଙ୍କର ଏହି ପ୍ରେମଭରା ପୋଷ୍ଟ ଦେଖି ମାଧୁରୀ ମଧ୍ୟ ହାର୍ଟ ଇମୋଜି ସହ ପୋଷ୍ଟରେ ପ୍ରତିକ୍ରିୟା ଦେଇଛନ୍ତି।

ଶ୍ରୀରାମଙ୍କ ପୋଷ୍ଟରେ ବହୁ ଫ୍ୟାନ୍ସମାନେ ମଧ୍ୟ ମାଧୁରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ, ହ୍ୟାପି ବାର୍ଥ ଡେ କ୍ଵିନ୍। ମାଧୁରୀ ଦୀକ୍ଷିତ୍ ବଲିଉଡ୍‌କୁ ବହୁ ହିଟ୍ ଫିଲ୍ମ ଦେଇଛନ୍ତି। ଆଜିବି ତାଙ୍କର ଫିଲ୍ମ ଏବଂ ଗୀତ ଦେଖି ଫ୍ୟାନ୍ସମାନେ ଭରପୁର ଆନନ୍ଦ ଉଠାଉଛନ୍ତି। ସେ ଫିଲ୍ମ ଅବୋଧରେ ଡେବ୍ୟୁ କରିଥିଲେ। ତେବେ ଏହି ଫିଲ୍ମ ଫ୍ଲପ୍ ହୋଇଥିଲା। ଏହାପରେ ସେ ବହୁ ଫିଲ୍ମରେ କାମ କରିଛନ୍ତି। ବର୍ଦି, ଇଲାକା, କାନୁନ ଅପନା ଅପନା, ଦିୱାନା ମୁଝସେ ନେହିଁ, ବଡେ ମିୟାଁ ଛୋଟେ ମିୟାଁ, ଟୋଟାଲ ଧମାଲ ଆଦି ହିଟ୍ ଫିଲ୍ମରେ ସେ କାମ କରିଛନ୍ତି।

Also Read  ଦେଶରେ ୨୪ ଘଂଟାରେ ଚିହ୍ନଟ ହେଇଛନ୍ତି ୧୩,୧୬୬ କରୋନା ସଂକ୍ରମିତ

LEAVE A REPLY

Please enter your comment!
Please enter your name here