ପୁଣି ଫେରିଲା ଅସହ୍ୟ ତାତି: ୪୦ ଡିଗ୍ରୀ ଉପରେ ରାଜ୍ୟର ୧୮ ସହର

0
507
temperature-likely-to-increase-by-2-3-degrees-celsius in odisha

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ଅସହ୍ୟ ତାତି । ରାଜ୍ୟର ଅଧିକାଂଶ ପ୍ରମୁଖ ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଆଜି ରାଜ୍ୟର ୧୮ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତା’ଠୁ ଅଧିକ ରେକର୍ଡ କରାଯାଇଛି। ସୋନପୁର ହୋଇଛି ସବୁଠୁ ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର ତାପମାତ୍ରା ୪୪ ଡିଗ୍ରୀ ରହିଛି।

ଆଜି ବାଲେଶ୍ୱରର ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଅନୁଗୋଳରେ ୪୨.୧, ସମ୍ବଲପୁରରେ ୪୨.୬, ହୀରାକୁଦରେ ୪୨, ତାଳଚେରରେ ୪୨.୫, ଭବାନୀପାଟଣାରେ ୪୦, ବଲାଙ୍ଗିରରେ ୪୩.୨, ଟିଟିଲାଗଡ଼ରେ ୪୨.୫, ମାଲକାନଗିରିରେ ୪୧, ବୌଦ୍ଧରେ ୪୨.୫, ପାରଳାଖେମୁଣ୍ଡିରେ ୪୧.୫, ଯାଜପୁରରେ ୪୦, ବରଗଡ଼ରେ ୪୩.୫, ଦେବଗଡ଼ରେ ୪୨.୮ ଓ ନୂଆପଡ଼ାରେ ୪୧.୪ ଡିଗ୍ରୀ ରେକର୍ଡ କରାଯାଇଛି।

Also Read  ଆମୀର ଖାନଙ୍କ ‘ଲାଲ ସିଂହ ଚଡ୍ଡା’କୁ ପ୍ରଶଂସା କଲା ହଲିଉଡ୍ ସିନେମା