ଶସ୍ତା ହେବ ରୋଷେଇ ଗ୍ୟାସ ଦର; ଉଜ୍ୱଳା ହିତାଧିକାରୀଙ୍କ ପାଇଁ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି

0
167
ujjala-benificiries-will-get-200-subsidy-on-each-gas-cylinder

ନୂଆଦିଲ୍ଲୀ: ଗରିବ ଲୋକଙ୍କ ପାଇଁ ବଡ଼ ଆଶ୍ୱସ୍ତି । କମିବ ରୋଷେଇ ଗ୍ୟାସ ଦର । ପେଟ୍ରୋଲ ଡିଜେଲ ଦର କମିବା ସହିତ କମିବ ଗ୍ୟାସ ଦର । ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଉଜ୍ୱଳା ହିତାଧିକାରୀଙ୍କ ପାଇଁ ଦର କମାଇଛନ୍ତି ସରକାର । ସିଲିଣ୍ଡର ପିଛା ଦର ୨୦୦ ଟଙ୍କା କମାଇବାକୁ ନିଷ୍ପତ୍ତି ନିଆଯାଇଛି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରି କହିଛନ୍ତି, ‘ଆମେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ୯ କୋଟିରୁ ଅଧିକ ଲାଭାର୍ଥୀଙ୍କୁ ୨୦୦ ଟଙ୍କା ପ୍ରତି ଗ୍ୟାସ ସିଲିଣ୍ଡର (୧୨ଟି ସିଲିଣ୍ଡର ଯାଏଁ)ର ସବସିଡି ପ୍ରଦାନ କରିବେ। ଏହାଦ୍ୱାରା ଆମ ମାଆ, ଭଉଣୀଙ୍କୁ ବହୁ ଉପକୃତ ହେବେ’।

ପ୍ରତି ହିତାଧିକାରୀଙ୍କୁ ବର୍ଷକୁ ୧୨ଟି ଗ୍ୟାସ ସିଲିଣ୍ଡରର ସବସିଡି ମିଳିବ । ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଉପରୁ ଏକସାଇଜ ଡ୍ୟୁଟି କମାଇଛନ୍ତି । ପେଟ୍ରୋଲ ଉପରୁ ୮ ଟଙ୍କା ଏକସାଇଜ ଡ୍ୟୁଟି ହଟିବା ପରେ ଲିଟର ପିଛ ଦର ୯ ଟଙ୍କା ୫୦ ପଇସା କମରେ ଲୋକଙ୍କ ପାଇଁ ଏହା ଉପଲବ୍ଧ ହେବ । ସେହିଭଳି ଡିଜେଲ ଉପରୁ ଏକସାଇଜ ଡ୍ୟୁଟି ୬ଟଙ୍କା କମିବ । ଏଣିକି ଡିଜେଲ ୭ ଟଙ୍କା କମରେ ମିଳିବ । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।

Also Read  ବିଧାୟକ ମାନଙ୍କ ଭିତରୁ ଜଣକୁ ପିସିସି ସଭାପତି କରାଯାଉ : ତାରା ପ୍ରସାଦ ବାହିନୀପତି

LEAVE A REPLY

Please enter your comment!
Please enter your name here