ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର : ବଢିବ ଅବସର ବୟସ ସୀମା ଓ ପେନସନ୍ !

0
997
Union Cabinet Approves 1526 Crore Investment For The Upgradation Of NH-326 In Odisha
Union Cabinet Approves 1526 Crore Investment For The Upgradation Of NH-326 In Odisha

ନୂଆଦିଲ୍ଲୀ : ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର । ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି ପକ୍ଷରୁ ଏକ ପରାମର୍ଶ ଦିଆଯାଇଛି । ଯେଉଁଥିରେ କୁହାଯାଇଛି କି ଦେଶରେ ଲୋକମାନଙ୍କର କାମ କରିବାର ବୟସ ସୀମା ବଢାଯିବା ଆବଶ୍ୟକ ରହିଛି । ଏହାସହ ପିଏମଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି କହିଛନ୍ତି କି ଦେଶରେ ଅବସରନେବାର ବୟସ ବୃଦ୍ଧି କରାଯିବା ସହ ୟୁନିଭର୍ସାଲ ପେନସନ ସିଷ୍ଟମ ବି ଆରମ୍ଭ କରାଯିବା ଆବଶ୍ୟକ ରହିଛି । ଏଥିପାଇଁ ସମିତି ପକ୍ଷରୁ ପ୍ରସ୍ତାବ ପଠାଯାଇଛି । ରିପୋର୍ଟ ଅନୁସାରେ, ଏହି ପରାମର୍ଶ ଅନୁଯାୟୀ କର୍ମଚାରୀମାନଙ୍କୁ ପ୍ରତି ମାସ ୨ହଜାର ଟଙ୍କାର ପେନସନ ଦେବାକୁ କୁହାଯାଇଛି । ଅର୍ଥନୈତିକ ପରାମର୍ଶଦାତା କମିଟି ପକ୍ଷରୁ ଦେଶରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ସୁବ୍ୟବସ୍ଥାର ବନ୍ଦୋବସ୍ତ କରିବାକୁ ସୁପାରିଶ କରାଯାଇଛି ।

Also Read  ବିରୋଧୀଙ୍କ ଚାପ ଆଗରେ ନଇଁଲେ ସରକାର