ବଣାଇ କଲେଜରେ ପରୀକ୍ଷା ଦେବାବେଳେ ଟଳି ପଡ଼ିଲେ ଛାତ୍ର; ମୃତ ଘୋଷଣା କଲେ ଡାକ୍ତର

0
403
student-dies-during-exam-in Rourkela

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ବଣାଇ କଲେଜରେ ପରୀକ୍ଷା ଚାଲିଥିବା ବେଳେ ହଠାତ୍ ଜଣେ ଛାତ୍ର ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଯୁକ୍ତ ଦୁଇର ଓଡିଆ ବିଷୟର ପରୀକ୍ଷା ଚାଲିଥିବାବେଳେ ପରୀକ୍ଷା କେନ୍ଦ୍ର ଭିତରେ ହଠାତ୍ ଟଳି ପଡିଥିଲେ ଏମଡି ଅରବାଜ ନାମକ ଛାତ୍ର । ତୁରନ୍ତ ମହାବିଦ୍ୟାଳୟ କର୍ତୃପକ୍ଷ ଅରବାଜଙ୍କୁ ନିକଟସ୍ଥ ବଣାଇ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଁଛି ଏହାର ତଦନ୍ତ ଆରମ୍ଭ କରିଛି । ସେପଟେ ପୁଅର ମୃତ୍ୟୁ ଖବର ପାଇଁ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଛନ୍ତି । ମୃତ ଛାତ୍ର ଏମଡି ଅରବାଜ ହେଉଛନ୍ତି ଲହୁଣିପଡା ଥାନା ଅନ୍ତର୍ଗତ ଜୁନିଆଣି ଗ୍ରାମର ।

Also Read  Child Sold in Bhubaneswar Rescued From Pipili, 6 Held