ଝିଟିପିଟି ମିଶା ବିଷାକ୍ତ ଖାଦ୍ୟ ଖାଇ ସରକାରୀ ଆଇଟିଆଇ ହଷ୍ଟେଲ ଛାତ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

0
374
hostel-student-fell-ill-after-eating-meal-with-dead-lizard-in-balangir

ବଲାଙ୍ଗୀର: ଖାଦ୍ୟରେ ଝିଟିପିଟି । ରାତ୍ରି ଭୋଜନରୁ ବାହାରିଲା ଝିଟିପିଟି । ଝିଟିପିଟି ପଡିଥିବା ଖାଦ୍ୟ ଖାଇ ଛାତ୍ର ହେଲେ ଅସୁସ୍ଥ । ବଲାଙ୍ଗୀର ସରକାରୀ ITI ହଷ୍ଟେଲରେ ଛାତ୍ର ଖାଉଥିବା ରାତ୍ରି ଭୋଜନରେ ଝିଟିପିଟି ବାହାରିଥିଲା । ଖାଦ୍ୟ ଖାଇବା ପରେ କିଛି ଛାତ୍ର ଅସୁସ୍ଥ ଅନୁଭବ କରିଥିଲେ । ପରେ ସେମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଛି । ଖାଇବା ପରେ କିଛି ଛାତ୍ରଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିବା ନେଇ ସୂଚନା ମିଳିଛି ।

ସୂଚନାନୁଯାୟୀ, ବଲାଙ୍ଗୀର ଲର୍କିପାଲି ସ୍ଥିତ ସରକାରୀ ITI ହଷ୍ଟେଲର ଛାତ୍ରମାନେ ରାତ୍ରୀଭୋଜନ କରିବା ସମୟରେ ଦେବହରି ଛତ୍ରୀଆ ନାମକ ଜଣେ ଛାତ୍ର ଡାଲିରେ ମଲା ଝିଟିପିଟି ପଡିଥିବା ଦେଖିଥିଲେ। ଏନେଇ ସେ ଅନ୍ୟ ଛାତ୍ରମାନଙ୍କୁ ଜଣାଇଥିଲେ। ଛାତ୍ରମାନେ ଆଉ ଖାଦ୍ୟ ନଖାଇ ଫିଙ୍ଗି ଦେଇଥିଲେ। ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସେମାନେ କିଛି ହେବ ନାହିଁ ବୋଲି କହିଥିଲେ। ହେଲେ ରାତିରେ କିଛି ଛାତ୍ରଙ୍କ ଦେହ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା। ଛାତ୍ରମାନେ ବାନ୍ତି କରିବା ସହ ସେମାନଙ୍କର ମୁଣ୍ଡ ବୁଲାଇଥିଲା। ଫଳରେ ସେମାନଙ୍କୁ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

Also Read  Kalahnadi: 1 Killed, 4 Critical in Bee Attack